ମାଡୁଛି ମଙ୍କିପକ୍ସ ଭାଇରସ୍! ପବନରେ ବ୍ୟାପୁଛି ଏହି ଭୂତାଣୁ, ଜାଣନ୍ତୁ ଏହାର ଲକ୍ଷଣ ଓ କାରଣ

 
Monkeypox

କରୋନା ପରେ ମଙ୍କିପକ୍ସ ଭାଇରସ୍। ଦେଶରେ ପୁଣିଥରେ ଦୈନିକ କରୋନା ସଂକ୍ରମଣ ଉପରମୁହାଁ ହେଉଥିବା ବେଳେ ଏବେ ମଙ୍କିପକ୍ସ ଭାଇରସ୍ ଚିନ୍ତାର ବିଷୟ ପାଲଟିଛି। ଆଜିକୁ ମଙ୍କିପକ୍ସ ଭାଇରସ୍ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଉପରେ ପହଞ୍ଚିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୂଚନା ମିଳି ସାରିଲାଣି। ତେବେ, ଏହି ଭୂତାଣୁକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି।

Monkey pox

 ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେସନ(ସିଡିସି)ର ଗବେଷଣା ମୁତାବକ ମଙ୍କିପକ୍ସ ଭାଇରସ୍ ପବନରେ ବ୍ୟାପୁଥିବା ଜଣାଯାଇଛି। ଏହି ଭୂତାଣୁ ଦ୍ୱାରା ସଂକ୍ରମିତଙ୍କ ସଂସ୍ପର୍ଶରେ ଅଧିକ ସମୟ ପର୍ଯ୍ୟନ୍ତ ରହିବା ଦ୍ୱାରା ଏହି ରୋଗ ପବନରେ ବ୍ୟାପିବାର ସମ୍ଭାବନା ରହିଥାଏ। ଯଦିଓ କରୋନା ଭୂତାଣୁ ପରି ଏହି ଭୂତାଣୁ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ପବନରେ ବଞ୍ଚିରହି ପାରେନାହିଁ।7

Monkeypox

ତେବେ, ମୁଖ୍ୟତଃ ଏହି ଭୂତାଣୁ ସଂକ୍ରମିତଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଏବଂ ସେମାନଙ୍କ କପଡା ବ୍ୟବହାର କରିବା ଦ୍ୱାରା ବ୍ୟାପିଥାଏ। ଏହି କାରଣରୁ ମଙ୍କିପକ୍ସ ସଂକ୍ରମିତଙ୍କ ସିଧାସଳଖ ସଂସ୍ପର୍ଶରେ ନ ଆସିବା ପାଇଁ ସିଡିସି ପକ୍ଷରୁ ଚେତାବନୀ ଦିଆଯାଇଛି।