ମଙ୍କିପକ୍ସ ରୋଗକୁ ନେଇ ବଡ଼ ଖୁଲାସା! ଶାରୀରିକ ସମ୍ପର୍କ ମାଧ୍ୟମରେ ଦ୍ରୁତ ଗତିରେ ବ୍ୟାପୁଛି ଏହି ରୋଗ, ଜାଣନ୍ତୁ ପୂରା ଖବର

 
Monkey fox

କରୋନା ପରେ ଏବେ ଚିନ୍ତା ବଢ଼ାଇଲାଣି ମଙ୍କିପକ୍ସ ରୋଗ। କରୋନା ଦୀର୍ଘ ଦୁଇବର୍ଷ ଯାଏଁ ସାରା ବିଶ୍ୱବାସୀଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏବେ ମଙ୍କିପକ୍ସ ନାମକ ଏହି ରୋଗ ଚହଳ ପକାଇଲାଣି। ଏହି ରୋଗ ନୂଆ ହୋଇଥିବା ବେଳେ ଏହା ବିଷୟରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାକୁ ଲାଗିଛି। ୯୫% ମଙ୍କିପକ୍ସ କେସ୍ ଗୁଡିକ ଶାରୀରିକ ସମ୍ପର୍କ ସ୍ଥାପନା ହେତୁ ବଢୁଥିବା ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି।

Monkeypox

ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲରେ ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟ ଅନୁଯାଇ ୯୫ ପ୍ରତିଶତ ମଙ୍କିପକ୍ସ ମାମଲା ସେକ୍ସୁଆଲ ଆକ୍ଟିଭିଟି କାରଣରୁ ହିଁ ବ୍ୟାପିଥାଏ। ସବୁଠାରୁ ବଡ଼ କଥା ହେଉଛି ମଙ୍କିପକ୍ସ ସଂକ୍ରମିତଙ୍କ ମଧ୍ୟରେ ୯୮ ପ୍ରତିଶତ ବାଇସେକ୍ସୁଆଲ ପୁରୁଷ ଓ ଗେ ରହିଥିବା ଭଳି ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି। ତେବେ, କେବଳ କ୍ଲୋଜ ଫିଜିକାଲ୍ କଣ୍ଟାକ୍ଟ ମାଧ୍ୟମରେ ହିଁ ଏହି ରୋଗ ବ୍ୟାପୁଥିବା କୁହାଯାଇଛି।

Sex

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଶ୍ଚିମ ଆଫ୍ରିକାର ରେନଫରେଷ୍ଟ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ବ୍ୟାପୁଥିବା ଏହି ବିରଳ ରୋଗ ଧୃତ ଗତିରେ ବ୍ୟାପିବାରେ ଲାଗିଛି। ଗତ ଏପ୍ରିଲ ୨୭ରୁ ଜୁନ ୨୪ ମଧ୍ୟରେ ଏହା ୧୬ଟି ଦେଶକୁ ବ୍ୟାପିବା ସହ ମୋଟ ୫୨୮ଟି ମାମଲା ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ, କେବଳ ଗତ ସପ୍ତାହରେ ହିଁ ୬ଟି ଦେଶରେ ୧୪ ହଜାର ମାମଲା ଚିହ୍ନଟ ହୋଇଥିବା ଜଣାପଡିଛି।