ବିଶେଷଜ୍ଞଙ୍କ ବଡ଼ ଖୁଲାସା! ନିୟମିତ ସେକ୍ସ କିମ୍ବା ହସ୍ତମୈଥୁନ କଲେ ହେବନି କ୍ୟାନ୍ସର, ଜାଣନ୍ତୁ ପୂରା ଖବର

 
Cancer

ପୁରୁଷମାନଙ୍କ ମଧ୍ୟରେ ସେକ୍ସ ଓ ହସ୍ତମୈଥୁନ କୁ ନେଇ ଅନେକ ପ୍ରକାରର ଭ୍ରାନ୍ତଧାରଣା ରହିଛି। ତେବେ, ଅଧିକ ହସ୍ତମୈଥୁନ କରିବା ଦ୍ୱାରା ଶରୀର ଉପରେ ଏହାର ଖରାପ ପ୍ରଭାବ ପଡୁଥିବା କୁହାଯାଏ। କିନ୍ତୁ, ସେକ୍ସ ଏବଂ ହସ୍ତମୈଥୁନ କରିବା ଦ୍ୱାରା ଏହା ପୁରୁଷ ମାନଙ୍କୁ କ୍ୟାନ୍ସର ଭଳି ଭୟଙ୍କର ରୋଗରୁ ରକ୍ଷା କରୁଥିବା ନେଇ ବୈଜ୍ଞାନିକ ମାନେ ମତ ରଖିଛନ୍ତି।

Mastrubation

ଏହି ପରୀକ୍ଷଣ ଅନୁଯାଇ ସେକ୍ସ କିମ୍ବା ହସ୍ତମୈଥୁନ କରିବା ଦ୍ୱାରା ମଣିଷ ଶରୀରରୁ ନିର୍ଗତ ହେଉଥିବା ବୀର୍ଯ୍ୟ ଅଣ୍ଡକୋଷ କ୍ୟାନ୍ସର ହେବାର ସମ୍ଭାବନାକୁ କମାଇ ଦେଇଥାଏ। ୧୯୯୨ରୁ ୨୦୧୦ ମଧ୍ୟରେ ୩୨ ହଜାର ଲୋକଙ୍କୁ ନେଇ ଏହି ପରୀକ୍ଷଣ କରାଯାଇଥିଲା। ୨୦୧୬ ମସିହାରେ ଏହି ପରୀକ୍ଷଣର ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏଥିରେ କିଛି ଚାଞ୍ଚଲ୍ୟକର ଖୁଲାସା ହୋଇଛି। ରିପୋର୍ଟ ଅନୁଯାଇ ଜଣେ ୨୦ ବର୍ଷୀୟ ଯୁବକ ଯଦି ମାସକୁ ୨୧ ଥରରୁ ଅଧିକ ହସ୍ତମୈଥୁନ କରନ୍ତି ତେବେ ଏହା ଅଣ୍ଡକୋଷ କ୍ୟାନ୍ସର ସମ୍ଭାବନାକୁ ୧୯ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇଥାଏ।

Cancer

ସେହିଭଳି ସେକ୍ସ ଏବଂ ହସ୍ତମୈଥୁନ କରିବା ୪୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଆହୁରି ଲାଭଦାୟକ ଅଟେ। ରିପୋର୍ଟ ଅନୁଯାଇ ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ନିୟମିତ ହସ୍ତମୈଥୁନ କରିବା ଦ୍ୱାରା ତାଙ୍କର ଅଣ୍ଡକୋଷ କ୍ୟାନ୍ସର ହେବା ସମ୍ଭାବନା ୨୨ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ବୀର୍ଯ୍ୟକ୍ଷରଣ ହେବା ସହିତ ଅଣ୍ଡକୋଷ କ୍ୟାନ୍ସରର ସମ୍ବନ୍ଧ ରହିଥିବା ଜଣାଥିଲେ ହେଁ ଏମାନେ କିଭଳି ଭାବରେ ପରସ୍ପର ସହିତ ଜଡିତ ସେଥିନେଇ କୌଣସି ସୂଚନା ମିଳିପାରିନାହିଁ।