କରୋନା ପରେ ମାଡ଼ି ଆସୁଛି ନୂଆ ଭାଇରସ୍! ଟିଙ୍କ ଦ୍ଵାରା ବ୍ୟାପୁଛି ଏହି ରୋଗ, ଜାଣନ୍ତୁ କଣ ଏହି ରୋଗ ଓ ଏହାର ଲକ୍ଷଣ

 
Heartland virus

ଗତ କିଛି ବର୍ଷ ହେବ କରୋନା ଭାଇରସ ପ୍ରକୋପରେ ହନ୍ତସନ୍ତ ହେଉଛି ସାରା ବିଶ୍ୱ। ଚୀନରୁ ବ୍ୟାପିଥିବା ଏହି ଭାଇରସ୍ ଦ୍ୱାରା କୋଟି କୋଟି ଲୋକେ ସଂକ୍ରମିତ ହୋଇଥିବା ବେଳେ ଲକ୍ଷ ଲକ୍ଷ ଲୋକେ ଜୀବନ ହାରିଛନ୍ତି। ଏପରିକି ଲୋକେ ଏହି ଭାଇରସ୍ ପାଇଁ ଦୁଇ ଦୁଇଟି ଭ୍ୟାକ୍ସିନ୍ ନେବା ସତ୍ତ୍ୱେ ଏହା ଦ୍ୱାରା ସଂକ୍ରମିତ ହେଉଛନ୍ତି। ଏବେ କରୋନାର ଚତୁର୍ଥ ଲହର ଆସିବାର ସୂଚନା ମିଳୁଥିବା ବେଳେ ଆଉ ଏକ ନୂଆ ଭାଇରସକୁ ନେଇ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି।

Ticks

ମିଳିଥିବା ସୂଚନା ଅନୁଯାଇ ହାର୍ଟଲ୍ୟାଣ୍ଡ ନାମକ ଏହି ଭାଇରସ୍ ବେସ୍ ଘାତକ ହୋଇଥିବା ବେଳେ ଏହା ଟିଙ୍କ ଏବଂ ଏହିପରି କିଛି ପରଜୀବୀଙ୍କ ଦ୍ୱାରା ବ୍ୟାପୁଥିବା କୁହାଯାଉଛି। ୨୦୦୯ ମସିହାରେ ମିସୌରୀ ଠାରେ ଥିବା କିଛି ହରିଣଙ୍କ ଠାରେ ଏହି ଭାଇରସ୍ ପ୍ରଥମଥର ପାଇଁ ଚିହ୍ନଟ କରାଯାଇଥିଲା। ଏହି ଭାଇରସ ଟିଙ୍କମାନଙ୍କ ସାହାଯ୍ୟରେ ମଣିଷଙ୍କୁ ସଂକ୍ରମିତ କରୁଥିବା ନେଇ ୨୦୧୩ ମସିହାରେ ଜଣାପଡିଥିଲା।

Heartland virus

କିନ୍ତୁ, ଏବେ ବିଶେଷଜ୍ଞମାନଙ୍କ ଅନୁଯାଇ ପ୍ରତି ୨୦୦୦ ଟିଙ୍କଙ୍କ ମଧ୍ୟରୁ ଗୋଟିଏ ଟିଙ୍କ ଏହି ଭାଇରସ୍ ବହନ କରୁଛନ୍ତି ଯାହାକି ବେସ୍ ଚିନ୍ତାଜନକ ବିଷୟ ଅଟେ। ବିଶେଷଜ୍ଞମାନେ ହାର୍ଟଲ୍ୟାଣ୍ଡ ଜୀବାଣୁର ଲକ୍ଷଣ ବିଷୟରେ ମଧ୍ୟ କହିଛନ୍ତି। ଯେଉଁଥିରେ ଜ୍ୱର, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଭୋକ ନ ହେବା ଆଦି ଅନ୍ତର୍ଭୁକ୍ତ। ସବୁଠାରୁ ଭୟଭୀତ କରିବା ଭଳି ବିଷୟ ହେଉଛି ଏହା ଦ୍ୱାରା ସଂକ୍ରମିତ ହେବାପରେ ମାନବ ଶରୀରର ଅନେକ ଅଙ୍ଗ ବିଫଳ ହୋଇଯାଉଛି। ଏପର୍ଯ୍ୟନ୍ତ ସୁଦ୍ଧା ଏହାକୁ ରୋକିବା ପାଇଁ କୌଣସି ପ୍ରକାର ଔଷଧ ବାହାରି ପାରିନାହିଁ।