ଶୀଘ୍ର ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି କି? ଖାଦ୍ୟପେୟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ

 
Obesity

ଆଜିର ସମୟରେ ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ବାନ୍ଧି ହୋଇ ଯାଇଛି ମଣିଷ। ଇଣ୍ଟରନେଟ ଯୁଗରେ ପ୍ରାୟତଃ ସବୁକିଛି ହାତ ପାହାନ୍ତାରେ ମିଳିଯାଉଥିବାରୁ ଶାରୀରିକ ପରିଶ୍ରମ କରିବା ପାଇଁ ମଣିଷ ଅନ୍ନିଚ୍ଛା ପ୍ରକାଶ କରୁଛି। ଯେଉଁଥିପାଇଁ ଅଧିକାଂଶ ଲୋକେ ମେଦବହୁଳତା ଏବଂ ମୋଟପଣର ଶିକାର ହେଉଛନ୍ତି। ତେବେ, ଏପରି ମଧ୍ୟ କିଛି ଖାଦ୍ୟ ପଦାର୍ଥ ରହିଛି ଯାହାକୁ ପ୍ରତିଦିନ ଖାଇବା ଦ୍ୱାରା ମୋଟାପଣରୁ ମଣିଷକୁ ମୁକ୍ତି ମିଳିପାରିବ।

୧. ନିୟମିତ ଭାବରେ ବ୍ୟୟମ କରିବା ସହିତ ଖାଦ୍ୟପେୟରେ ବିନ୍ସ ଏବଂ ମଟର ଆଦିକୁ ବ୍ୟବହାର କରନ୍ତୁ। ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ ଏବଂ ପୋଷାକ ତତ୍ୱ ରହୁଥିବାରୁ। ଏହା ମୋଟାପଣ କମାଇବାରେ ସହାୟକ ହେବ।

Beans

୨. ସେହିପରି ପ୍ରତିଦିନ ଭୋଜନ ସମୟରେ ଆପଲ୍ ସିରପ୍ ବ୍ୟବହାର କରନ୍ତୁ। ଏହା ଆମ୍ଭର ଶରୀରରେ ମେଟାବଲିଜିମ୍ କୁ ସକ୍ରିୟ କରାଇଥାଏ। ଯାହାଫଳରେ ଶରୀରରେ ଚର୍ବି ଜମି ନଥାଏ।

Apple syrup

 

୩. ସବୁଜ ପତ୍ରଯୁକ୍ତ ପନିପରିବାରେ ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ମିଳିଥାଏ। ଓଜନ ହ୍ରାସ କରିବାରେ ପାଳଙ୍ଗ, କୋବି, ବିଭିନ୍ନ ପ୍ରକାରର ଶାଗ ସହାୟକ ହୋଇଥାଏ। ଏଥିରେ କମ୍ କ୍ୟାଲୋରୀ ଏବଂ ଅଧିକ ପରିମାଣର କାର୍ବୋହାଇଡ୍ରେଟ୍ ଏବଂ ଫାଇବର ରହିଥାଏ।

Spinach

୪. ଓଟସ୍ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଓଟସ୍ ରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଥାଏ ଯାହା କୋଷ୍ଠକାଠିନ୍ୟରୁ ମୁକ୍ତି ଦେବା ସହିତ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ଆପଣ ଚାହିଁଲେ ଖାଦ୍ୟରେ ଓଟସ୍ ଅନ୍ତର୍ଭୁକ୍ତ କରି ଶୀଘ୍ର ଓଜନ ହ୍ରାସ କରିପାରିବେ।

Oats

୫. ଚିଆ ମଞ୍ଜି ଦ୍ରୁତ ଓଜନ ହ୍ରାସ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ। ଚିଆ ମଞ୍ଜିରେ ଭରପୂର ମାତ୍ରାରେ ଫାଇବର ଏବଂ ପ୍ରୋଟିନ୍ ରହିଥାଏ। ଏହା ଭୋକକୁ ହ୍ରାସ କରିବାରେ ଏବଂ ଅଧିକ ସମୟ ପର୍ଯ୍ୟନ୍ତ ଆପଣଙ୍କୁ ପେଟ ପୂର୍ଣ୍ଣ ଥିବା ଅନୁଭବ କରାଇଥାଏ।

Chia seeds