ଖାଇବା ସମୟରେ ପାଣି ପିଉଛନ୍ତି କି? ତେବେ ସାବଧାନ, ହୋଇପାରନ୍ତି ଏହି ସବୁ ରୋଗର ଶିକାର….

 
Pani

ମଣିଷ ଶରୀରରେ ୭୦ ଭାଗ ପାଣି ରହିଥାଏ। ତେଣୁ ଖାଦ୍ୟ ଖାଇବା ପରି ନିୟମିତ ଭାବରେ ପାଣି ପିଇବା ମଧ୍ୟ ସୁସ୍ଥ ଶରୀର ପାଇଁ ନିତ୍ୟାନ୍ତ ଜରୁରୀ ଅଟେ। କିନ୍ତୁ, ପାଣି ପିଇବାର ମଧ୍ୟ କିଛି  ସଠିକ୍ ସମୟ ଏବଂ ଉପାୟ ରହିଥାଏ। ପାଣି ପିଇବାର ଏହି ଉପାୟ ସବୁ ପାଳନ ନ କରିଲେ ଏହା ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।

Diabetes

୧. ଯଦି ଆପଣଙ୍କର ଖାଇବା ପରେ ପରେ ତୁରନ୍ତ ପାଣି ପିଇବାର ଅଭ୍ୟାସ ରହିଛି ତେବେ ସାବଧାନ ରୁହନ୍ତୁ। କାରଣ ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଇନସୁଲିନ୍ ସ୍ତର ବୃଦ୍ଧି ପାଇବା ସହିତ ଡାଇବେଟିସ ପରି ସମସ୍ୟା ଦେଖା ଦେଇଥାଏ।

Acidity

୨. ଖାଇବା ସମୟରେ କିମ୍ବା ଖାଇବା ପରେ ପରେ ତୁରନ୍ତ ପାଣି ପିଇବା ଦ୍ୱାରା ଦେହରେ ଖଟା ଡକାର ଏବଂ ଏସିଡ୍ ରିଫ୍ଲକ୍ସର ସମସ୍ୟା ଦେଖା ଦେଇଥାଏ। ଏପରିକି ଏହି ସମସ୍ୟା ଆଗକୁ ଯାଇ ଛାତି ଜଳାପୋଡ଼ା ଏବଂ ହୃଦଘାତ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ।

Chest pain

୩. ଖାଇବା ସମୟରେ କିମ୍ବା ଏହାର ତୁରନ୍ତ ପରେ ପାଣି ପିଇବା ଦ୍ୱାରା ଏହା ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ। ଖାଇବା ସମୟରେ ହିଁ ପାଚନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ପାଣି ପିଇଲେ ଏଥିରେ ବାଧା ସୃଷ୍ଟି ହୋଇଥାଏ।