ନୂଆ ରିସର୍ଚ୍ଚ: କମ୍ ପାଣି ପିଉଥିବା ଲୋକଙ୍କୁ ରହିଛି ଶୀଘ୍ର ମରିବାର ବିପଦ, ଜାଣନ୍ତୁ କେମିତି ଓ କେତେ ପାଣି ଜରୁରୀ ?

 
Death

କଥାରେ ଅଛି ଜଳ ହିଁ ଜୀବନ, ମଣିଷର ଅସ୍ତିତ୍ୱ ପାଇଁ ଜଳ ନିତ୍ୟାନ୍ତ ଆବଶ୍ୟକ। ସାଧାରଣତଃ ସୁସ୍ଥ ଜୀବନ ଯାପନ କରିବା ପାଇଁ ପ୍ରତିଦିନ ଉପଯୁକ୍ତ ପରିମାଣର ପାଣି ପିଇବା ପାଇଁ ଉପଦେଶ ଦିଆ ଯାଇଥାଏ। ତଥାପି ଅନେକେ ଅଛନ୍ତି ଯେଉଁମାନେ ଏହାକୁ ଅଣଦେଖା କରିଥାନ୍ତି। ତେବେ, ଏପରି କରିବା ଆପଣଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ଏପରିକି ଆପଣଙ୍କ ଜୀବନ ମଧ୍ୟ ଯାଇପାରେ।

Water

୧. ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥର ଏକ ରିପୋର୍ଟ ଅନୁଯାୟୀ ଯେଉଁମାନଙ୍କ ରକ୍ତରେ ସେରମ୍ ସୋଡିୟମର ମାତ୍ରା ଅଧିକ ରହିଥାଏ ସେମାନଙ୍କୁ ଗୁରୁତର ରୋଗ ହେବାର ସମ୍ଭାବନା ରହିଥାଏ। ଦିନକୁ ସଠିକ ପରିମାଣର ପାଣି ପିଇବା ଦ୍ୱାରା ଶରୀରରେ ଏହି ସେରମ୍ ବୃଦ୍ଧି ପାଇଥାଏ, ଯାହାକି ଆପଣଙ୍କୁ ମୃତ୍ୟୁ ଆଡକୁ ଟାଣି ନେଇଥାଏ।

Dehydration

୨. ୨୫ ବର୍ଷ ଧରି ହୋଇଥିବା ଏହି ଗବେଷଣା ଅନୁଯାଇ ପାଣି ନ ପିଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ କମିଯାଇଥାଏ ଯାହାକି ସିଧାସଳଖ ଭାବରେ ମସ୍ତିଷ୍କର କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ଏହା ଉଭୟେ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ହାନି ସୃଷ୍ଟି କରିଥାଏ।

Dehydration

୩. ଗୋଟିଏ ଦିନରେ ଅତି କମରେ ୫ ଲିଟର ପାଣି ପିଇବା ଉଚିତ। ଶୋଷ ଲାଗିଲେ ଶରୀରର କୋଷ ଗୁଡିକ ସଙ୍କୁଚିତ ହୋଇଯାଇଥାଏ। ତେଣୁ, ଶୋଷ ଲାଗିବା ପୂର୍ବରୁ ହିଁ ପାଣି ପିଇ ନେବାକୁ ପରାମର୍ଶ ଦିଆଯାଇଥାଏ।