ନୂଆ ରୂପରେ ଆସୁଛି କରୋନା! ଦେଶରେ ଦୈନିକ ସଂକ୍ରମଣ ବଢ଼ିବା ପରେ ଚିନ୍ତାରେ ପ୍ରଶାସନ, ଜାଣନ୍ତୁ ପୂରା ଖବର

 
Corona

ପୁଣିଥରେ ଚିନ୍ତା ବଢାଇଲାଣି କରୋନା। ଦେଶରେ ଅଜିକୁ ମିଶାଇ ତୃତୀୟ ଦିନ ପାଇଁ ଦେଶର ଦୈନିକ ସଂକ୍ରମଣ ୨ ହଜାର ଉପରେ ରେକର୍ଡ କରାଯାଇଛି। ଗୁରୁବାର ୨୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୨୪୫୦ ରେ ପହଞ୍ଚିଯାଇଛି। କରୋନା ନୂଆ ରୂପ ନେଇ ଦେଶକୁ ଫେରିଥିବା ବେଳେ ଦେଶରେ R ଭ୍ୟାଲ୍ୟୁ ୧ ଟପିବା ପରେ ଚିନ୍ତା ବଢ଼ିଛି।

Corona testing

୨୪ ଘଣ୍ଟାରେ କରୋନା ଯୋଗୁ ସମଗ୍ର ଦେଶରେ ୫୪ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୫,୨୨,୧୧୬ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ କରୋନା ବିସ୍ଫୋରଣ ହୋଇନଥିଲେ ହେଁ ଏଥିନେଇ ଆଗୁଆ ସତର୍କ ହୋଇଛନ୍ତି ସରକାର। ସବୁ ଜିଲ୍ଲାପାଳ, ସିଡିଏମ୍ଓ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।

Corona

୧. ନୂଆ ସଂକ୍ରମିତଙ୍କ ସଂଖ୍ୟା ଏବଂ କ୍ଲଷ୍ଟର୍ ଆଉଟ୍‌ବ୍ରେକ୍‌ ଉପରେ ନଜ଼ର ରଖିବାକୁ କୁହାଯାଇଛି।

୨. ଟୀକାକରଣ ସହିତ ଟେଷ୍ଟିଂ- ଟ୍ରାକିଂ- ଟ୍ରିଟ୍‌ମେଣ୍ଟ ଉପରେ ଖାସ୍ ଧ୍ୟାନ ଦେବାକୁ ପ୍ରାଧାନ୍ୟ ଦିଆଯାଇଛି।

୩. ସଂକ୍ରମଣ ବହୁଳ ରାଜ୍ୟରୁ ଆସୁଥିବା ଲୋକଙ୍କ ହିସବ ରଖିବା ସହିତ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।

୪. ସେହିପରି ଡାକ୍ତରଖାନାର ଭିତ୍ତିଭୂମି ପ୍ରସ୍ତୁତ ରଖିବା ପାଇଁ ନିର୍ଦେଶ ଦିଆଯାଇଛି।

Testing

ଏହି ସବୁ ବ୍ୟବସ୍ଥା ସତ୍ତ୍ୱେ ଯଦି ସଂକ୍ରମଣ ବଢ଼େ ତେବେ ଜିଲ୍ଲା ସ୍ତରରେ କଣ୍ଟିନ୍‌ଜେନ୍‌ସି ଆକ୍ସନ ପ୍ଲାନ ବା ଜରୁରୀକାଳୀନ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ରଖିବାକୁ ଜନସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ହଠାତ ବଢ଼ୁଥିବାରୁ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଗତ ଜାନୁଆରୀ ପରେ ପ୍ରଥମ ଥର ପାଇଁ R-ଭାଲ୍ୟୁ ୧ ଉପରକୁ ଯାଇଛି ବୋଲି ଚେନ୍ନାଇର କିଛି ଗବେଷକ ଦାବି କରିବା ପରେ ଚିନ୍ତା ବଢିଛି। ତେବେ, ଦେଶରେ ଏପର୍ଯ୍ୟନ୍ତ ସୁଦ୍ଧା ଚତୁର୍ଥ ଲହର ଆରମ୍ଭ ହୋଇନାହିଁ ବୋଲି ICMR ପକ୍ଷରୁ ସୂଚନା ଦିଆଯାଇଛି।