ସିଗାରେଟ୍ ଏବଂ ତମାଖୁ ପ୍ୟାକେଟର ବଦଳିବ ରୂପରେଖ! ଘୋଷଣା ହେଲା ନୂଆ ନିୟମ….

 
Cigaratte

ମଦ ହେଉ ଅଥବା ସିଗାରେଟ୍ କି ଗୁଟକା ପ୍ୟାକେଟ ସବୁ ନିଶାଦ୍ରବ୍ୟ ପ୍ୟାକେଟ ଉପରେ ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ସ୍ପଷ୍ଟ ଭାବରେ ଲେଖା ହୋଇଥାଏ। କିନ୍ତୁ, ସାଧାରଣତଃ ଏଥିପ୍ରତି କାହାର ନିଘା ନଥାଏ। ଦିନକୁ ଦିନ ନିଶାଦ୍ରବ୍ୟ ସେବନ ବଢି ଚାଲୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସରକାର ନୂଆ ପଦକ୍ଷେପ ଉଠାଇଛନ୍ତି।

Ciggarate

ସିଗାରେଟ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟର ପ୍ୟାକେଜିଂ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିଛନ୍ତି ସରକାର। ଏବେ ନିଶାଦ୍ରବ୍ୟ ପ୍ୟାକେଟ ଉପରେ ଏଗୁଡ଼ିକର ସେବନ କରିବା ଦ୍ୱାରା ଅକଳ ମୃତ୍ୟୁର ଶିକାର ହେବେ ବୋଲି ବଡ଼ ବଡ଼ ଅକ୍ଷରରେ ଲେଖାଯିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଏଥିନେଇ ନିର୍ଦେଶ ଜାରି କରାଯାଇଛି।

Gutka

ଏହା ବ୍ୟତୀତ ନିଶାଦ୍ରବ୍ୟ ଛାଡ଼ିବା ପାଇଁ ଆଜି ହିଁ ଏହି ନିମ୍ବର ୧୮୦୦-୧୧-୨୩୫୬ କୁ କଲ୍ କରନ୍ତୁ ବୋଲି କଳା ପୃଷ୍ଠଭୂମିରେ ଧଳା ଅକ୍ଷରରେ ସ୍ପଷ୍ଟ ଭାବରେ ଲେଖାଯିବ ବୋଲି ନିର୍ଦେଶ ଜାରି କରାଯାଇଛି। ସଂଶୋଧିତ ନିୟମ ଅନୁଯାଇ କୌଣସି ନାବାଳକକୁ ନିଶା ଦ୍ରବ୍ୟ ବିକ୍ରୟ କରିବା ଦ୍ୱାରା ଅଭିଯୁକ୍ତକୁ ସାତ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ହେବ।