ଚିକିତ୍ସା ବିଜ୍ଞାନର ବଡ଼ ସଫଳତା! ଏଣିକି କ୍ୟାନ୍ସର ସୃଷ୍ଟି କରୁଥିବା ଜିନକୁ ଚିହ୍ନଟ କରିବ 'ପିଭଟ୍', ଜାଣନ୍ତୁ ପୂରା ଖବର

 
Pivot

ଚିକିତ୍ସା ବିଜ୍ଞାନକୁ ମିଳିଲା ବଡ଼ ସଫଳତା ପ୍ରଥମେ କର୍କଟ ରୋଗ ଭଲ କରିବା ପାଇଁ ଔଷଧ ଉଦ୍ଭାବନ କରାଯାଇଥିବା ବେଳେ ଏବେ ଏକ ବିଶେଷଜ୍ଞ ଦଳ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଉପକରଣ 'ପିଭଟ୍' ବିକଶିତ କରିଛି। ପିଭଟ୍ ମାଧ୍ୟମରେ କର୍କଟ ରୋଗ ସୃଷ୍ଟି କରୁଥିବା ଜିନ୍ କୁ ଅତି ସହଜରେ ଚିହ୍ନଟ କରାଯାଇ ପାରିବ।

Cancer

 ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ (IIT-Madras) ତରଫରୁ ଏଥିନେଇ ସୂଚନା ଦିଆଯାଇଛି। ଏହି ପିଭଟ୍ ମାଧ୍ୟମରେ କର୍କଟ ରୋଗକୁ ଶୀଘ୍ର ଚିହ୍ନଟ କରାଯାଇ ପାରିବ। କେବଳ ଏତିକି ନୁହେଁ କର୍କଟ ରୋଗ ସୃଷ୍ଟି କରୁଥିବା ଜିନ୍ ବିଷୟରେ ମଧ୍ୟ ଅଧିକ ତଥ୍ୟ ହାସଲ କରାଯାଇ ପାରିବ।

Cancer cell

 ପ୍ରଥମେ କର୍କଟ ରୋଗ ଭଲ କରିବା ପାଇଁ ଔଷଧ ଏବଂ ଏବେ ଏହାକୁ ଶୀଘ୍ର ଚିହ୍ନଟ କରିବା ପାଇଁ ପିଭଟ୍ ଚିକିତ୍ସା ଜଗତରେ ଏକ ଯୁଗାନ୍ତକାରୀ ଉପଲବ୍ଧି ଆଣିବ ବୋଲି ଆଶା କରାଯାଉଛି। ମ୍ୟୁଟେସନ ଓ ପ୍ରଜାତିର ନମ୍ବର ର ସମ୍ପର୍କୀତ ସୂଚନା ଉପରେ ହିଁ ମଡେଲଟି ଆଧାରିତ ହୋଇଥିବା ଜଣାଯାଇଛି। କର୍କଟ ରୋଗ ଉପରେ ଅଧିକ ଗବେଷଣା କରିବା ଏବଂ ଜାଣିବାରେ ଏହି ପିଭଟ୍ ଅତ୍ୟନ୍ତ ସହାୟକ ହେବ ବୋଲି ଆଶା କରାଯାଉଛି।