ସାବଧାନ! ଆପଣ ବି ଛିଡ଼ା ହୋଇ ପାଣି ପିଅନ୍ତି କି? ଏହା ଶରୀର ଉପରେ ପକେଇଥାଏ ଏହି ୭ କୁପ୍ରଭାବ, ନିଶ୍ଚିତ ଜାଣି ରଖନ୍ତୁ

 
Drink water

ଆମ ଶରୀରକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ପ୍ରତିଦିନ ଆବଶ୍ୟକ ପରିମାଣର ପାଣି ପିଇବା ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ। କିନ୍ତୁ, ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପାଣି କୁ ଭୁଲ ଉପାୟରେ ପିଇଲେ ଏହା ଆମ ଶରୀରର ଫାଇଦା କରିବା ପରିବର୍ତ୍ତେ ଓଲଟା କ୍ଷତି ପହଞ୍ଚାଇଥାଏ। 

ଆମ ଭିତରୁ ଏନେକ ଲୋକଙ୍କର ଠିଆ ହୋଇ ପାଣି ପିଇବାର ଅଭ୍ୟାସ ରହିଥାଏ। କିନ୍ତୁ ଠିଆ ହୋଇ ପାଣି ପିଇବା ଦ୍ୱାରା ଆମ ଶରୀର ଉପରେ ଅନେକ କୁପ୍ରଭାବ ପଡିଥାଏ ଯଥା:-

୧. ଠିଆ ହୋଇ ପାଣି ପିଇବା ଦ୍ୱାରା ଫୁଡ଼ ଏବଂ ୱିଣ୍ଡ ପାଇପ ଭିତରେ ଅମ୍ଳଜାନ ଯୋଗାଣ ବନ୍ଦ ହୋଇଯାଇଥାଏ। ଫଳରେ ଏହାର ସିଧା ପ୍ରଭାବ ଫୁସଫୁସ ଏବଂ ହୃତପିଣ୍ଡ ଉପରେ ପଡିଥାଏ।

୨. ପାଣିକୁ ଠିଆ ହୋଇ ପିଇବା ଦ୍ୱାରା ଏହା ତଳ ପେଟ ଉପରେ ଚାପ ସୃଷ୍ଟି କରିଥାଏ। ଯାହା ଫଳରେ ଏହାର ପାଖାପାଖି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକ ଉପରେ ମଧ୍ୟ ଚାପ ସୃଷ୍ଟି ହୋଇଥାଏ। ଫଳରେ ଏଥିପାଇଁ ଅନେକ ଲୋକେ ହାର୍ନିଆର ଶିକାର ହୋଇଥାନ୍ତି।

୩. ଠିଆ ହୋଇ ପାଣି ପିଇବା ଦ୍ୱାରା ପାଣିର ସ୍ରୋତ ଖୁବଶୀଘ୍ର ଶରୀରର ଆଣ୍ଠୁ ଗଣ୍ଠି ରେ ଜମା ହୋଇହାଇଥାଏ। ଏପରି ହେବାଦ୍ୱାରା ଗଣ୍ଠି ଗୁଡିକ ଉପରେ ଏହାର କୁପ୍ରଭାବ ପଡ଼ିଥାଏ। ଫଳରେ ଆଗକୁ ଏହା ଆଣ୍ଠୁ ଗଣ୍ଠି ବାତ ସୃଷ୍ଟି କରିଥାଏ।

୪. ଠିଆ ହୋଇ ପାଣି ପିଇବା ଦ୍ୱାରା ଏହା ମଣିଷ ଶରୀରର ପାଚନ ଶକ୍ତି ଉପରେ ପ୍ରଭାବ ପକାଇଥାଏ। ଏଥିସହିତ ଏପରି ଭାବରେ ପାଣି ପିଇଲେ ଦେହରେ ଏସିଡ଼ର ମାତ୍ରା ମଧ୍ୟ କମିନଥାଏ।

୫. ବସିକରି ଧୀରେ ଧୀରେ ହିଁ ପାଣି ପିଇବା ଆବଶ୍ୟକ ହୋଇଥାଏ ଏପରି ନ କରି ଠିଆ ହୋଇ ପାଣି ପିଇଲେ ଏହା ମଣିଷର କିଡ୍ନୀନି ଉପରେ ଖରାପ ପ୍ରଭାବ ପକାଇଥାଏ।

୬. ଠିଆ ହୋଇ ପାଣି ପିଇଲେ ହୁଏତ ଆମର ପେଟ ପୂର୍ଣ୍ଣ ହୋଇଯାଏ କିନ୍ତୁ ଏପରି ଭାବରେ ପାଣି ପିଇଲେ ମଣିଷର ଶୋଷ ମେଣ୍ଟିନଥାଏ।