ଏକାଧିକ ପାର୍ଟନର ସହ ଶାରୀରିକ ସମ୍ୱନ୍ଧ ରଖୁଥିଲେ ହେବ ଯୌନ ସଂକ୍ରମଣ, କରନ୍ତୁ ଏହି ସହଜ ଉପାୟ, ଯୌନ ସୁଖ ସହ ଆନନ୍ଦମୟ ହେବ ସେକ୍ସ ଲାଇଫ୍

 
Sex life

ଶାରୀରିକ ସମ୍ୱନ୍ଧ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ । କିନ୍ତୁ, ଏକାଧିକ ପାର୍ଟନର ସହ ସମ୍ୱନ୍ଧ କରିବା ସମୟରେ ସାମାନ୍ୟ ଅବହେଳା ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ । ଅସୁରକ୍ଷିତ ଏବଂ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ଦ୍ୱାରା ଆପଣ ଯୌନ ସଂକ୍ରମିତ ରୋଗ(STI) ଗୁଡିକ ଦ୍ୱାରା ସଂକ୍ରମିତ ହୋଇପାରନ୍ତି । ତେବେ, ଆସନ୍ତୁ ଜାଣିବା ଏପରି କିଛି ଉପାୟ ଯାହା ଦ୍ୱାରା ଆପଣ ଏହି ସବୁ ରୋଗ କବଳରୁ ନିଜକୁ ରକ୍ଷା କରି ପାରିବେ:-

୧. ପ୍ରଥମତଃ ସେକ୍ସ କରିବା ସମୟରେ କଣ୍ଡୋମ ବ୍ୟବହାର କରନ୍ତୁ। ଏହା କରିବା ଦ୍ୱାରା ଆପଣ ଏବଂ ଆପଣଙ୍କ ସାଥି ଯୌନ ସଂକ୍ରମିତ ରୋଗ ଗୁଡିକଠାରୁ ରକ୍ଷା ପାଇ ପାରିବେ।

Condom

୨. ଅତ୍ୟଧିକ ନିଶାଗ୍ରସ୍ତ ଅବସ୍ଥାରେ ସେକ୍ସ କରନ୍ତୁ ନାହିଁ। ଏପରି ଅବସ୍ଥାରେ ଥାଇ ହୁଏତ ଆପଣ କଣ୍ଡୋମ ବ୍ୟବହାର କରିବାକୁ ଭୁଲି ଯାଇ ପାରନ୍ତି। ଅତ୍ୟଧିକ ନିଶା ସେବନ କରିବା ଦ୍ୱାରା ଦେହରେ ଟେଷ୍ଟୋସ୍ଟେରନ୍ ମାତ୍ରା ମଧ୍ୟ କମିବାକୁ ଲାଗିଥାଏ।

Drunk

୩. ସେକ୍ସ କରିବା ପରେ ଏବଂ ଯେବେ ସମ୍ଭବ (STD) ପାଇଁ ପରୀକ୍ଷା କରାଇ ନିଅନ୍ତୁ। ଏହା କରିବା ଦ୍ୱାରା ସମୟ ଥାଇ ଯୌନ ସଂକ୍ରମିତ ରୋଗକୁ ଚିହ୍ନଟ କରାଯାଇ ପାରିବ।

Sti test

୪. ସେକ୍ସ କରିବା ପରେ ପରେ ପରିସ୍ରା କରିବାର ଅଭ୍ୟାସ କରନ୍ତୁ। ଶୁଣିବାକୁ ଅଜବ ଲାଗୁଥିଲେ ହେଁ ଏହା କରିବା ଦ୍ୱାରା ଆପଣ ୟୁରିନାଲ୍ ଟ୍ରାକ୍ଟ ଇନଫେକ୍ସନ ଠାରୁ ଦୁରେଇ ରହି ପାରିବେ।

Toilet after sex

୫. ଯଦି ଆପଣ ଆନାଲ ସେକ୍ସ କରିବାକୁ ପସନ୍ଦ କରନ୍ତି ତେବେ ମଧ୍ୟ କଣ୍ଡୋମର ବ୍ୟବହାର କରନ୍ତୁ। ଏହା ଆପଣଙ୍କୁ ସଂକ୍ରମଣ ଠାରୁ ଦୂରେଇ ରଖିବ।