ଆପଣଙ୍କୁ ହୁଏ କି ଫୁଡ଼ ଆଲର୍ଜି? ଏହି ୫ ଖାଦ୍ୟ ଖାଇଲେ ଶରୀରରେ ହୋଇପାରେ ଭୟଙ୍କର ଆଲର୍ଜି ! ପଢ଼ନ୍ତୁ ପୁରା ଖବର….

 
Food allergy

ଏକ ସୁସ୍ଥ ଏବଂ ସତେଜ ଶରୀର ପାଇଁ ପୃଷ୍ଟିକର ଏବଂ ଭଲ ଖାଦ୍ୟ ଖାଇବା ନିତ୍ୟାନ୍ତ ଆବଶ୍ୟକ ଅଟେ। କ୍ଷୀର,ଅଣ୍ଡା,ମାଛ ଏବଂ ବାଦାମ ପରି ଖାଦ୍ୟ ଗୁଡିକ ପ୍ରୋଟିନ, ଭିଟାମିନ ଏବଂ ଅନେକ ପୋଷକତତ୍ୱରେ ପରିପୁର୍ଣ୍ଣ ହୋଇଥାଏ ଯାହା ଆମ ଶରୀର ଏବଂ ମସ୍ତିଷ୍କର ବିକାଶ ପାଇଁ ନିତ୍ୟାନ୍ତ ଆବଶ୍ୟକ ହୋଇଥାଏ।

କିନ୍ତୁ ଏହିପରି କିଛି ଖାଦ୍ୟ ଗୁଡିକ ସନ୍ତୁଳିତ ମାତ୍ରାରେ ଆମ ଶରୀର ପାଇଁ ଲାଭଦାୟକ ହୋଇଥିଲେ ମଧ୍ୟ ଏହାକୁ ଅଧିକ ମାତ୍ରାରେ ଖାଇଲେ ଦେହରେ ଆଲର୍ଜି ସମସ୍ୟା ଦେଖା ଦେଇଥାଏ। ତେବେ ବର୍ତ୍ତମାନ ଆସନ୍ତୁ ଏହିପରି କିଛି ଖାଦ୍ୟ ଗୁଡିକ ବିଷୟରେ ଜାଣିବା ଯାହା ପୃଷ୍ଟିକର ହୋଇଥିଲେ ମଧ୍ୟ ଅଧିକ ମାତ୍ରାରେ ଖାଇଲେ ଏହା ଦେହରେ ଆଲର୍ଜି ସୃଷ୍ଟି କରିଥାଏ:-

୧. ଦୁଗ୍ଧ ଆଲର୍ଜି: କ୍ଷୀର ଆମ ଶରୀର ପ୍ରତି ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଇଥାଏ। କିନ୍ତୁ, ଗାଈ କ୍ଷୀରରେ ଥିବା whey ଏବଂ casein ପରି ପ୍ରୋଟିନ୍ ଉପାଦାନଗୁଡିକ ଦେହରେ ଆଲର୍ଜି ସୃଷ୍ଟି କରିଥାଏ। ଏହା ବ୍ୟତୀତ କିଛି ଲୋକଙ୍କ ଦେହରେ କ୍ଷୀର ଲାକ୍ଟୋଜ୍ ଅସହିଷ୍ଣୁତା ସୃଷ୍ଟି କରିଥାଏ।

୨. ଅଣ୍ଡା ଆଲର୍ଜି: ଅଣ୍ଡା ଦ୍ୱାରା ହେଉଥିବା ଫୁଡ଼ ଆଲର୍ଜି ପିଲାମାନଙ୍କଠାରେ ଅଧିକ ଦେଖାଯାଇଥାଏ। ଅଣ୍ଡାର ହଳଦିଆ କିମ୍ବା ଧଳା ଅଂଶରେ ଥିବା ପ୍ରୋଟିନ୍ ଯୋଗୁ ହିଁ ଏହି ଆଲର୍ଜି ହୋଇଥାଏ। କିଛି ଲୋକଙ୍କର ଅଣ୍ଡାର ହଳଦିଆ ଅଂଶରେ ଆଲର୍ଜି ହେଉଥିବାବେଳେ କେତେକଙ୍କର ଅଣ୍ଡାର ଧଳା ଅଂଶ ଖାଇବା ଦ୍ୱାରା ଆଲର୍ଜି ହୋଇଥାଏ।

୩. ବାଦାମ ଆଲର୍ଜି: ବାଦାମ ପାଇଁ ହେଉଥିବା ଆଲର୍ଜି ସାଧାରଣତଃ ପିଲାମାନଙ୍କଠାରେ ଦେଖାଯାଇଥାଏ। ଏହି ଆଲର୍ଜି ହେବା କାରଣରୁ ପୀଡିତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ।

୪. ମାଛ ଆଲର୍ଜି: ମାଛ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଖାଦ୍ୟରୁ ଅନେକ ଲୋକଙ୍କଠାରେ ଆଲର୍ଜି ସମସ୍ୟା ସୃଷ୍ଟି ହୋଇଥାଏ। ଏହି ଆଲର୍ଜି ଗୋଟିଏ ପ୍ରକାର ମାଛ କିମ୍ବା ବିଭିନ୍ନ ପ୍ରକାର ମାଛ ପାଇଁ ହୋଇପାରିଥାଏ।

୫. କାଜୁ ଆଲର୍ଜି: କେତେକଙ୍କ ଦେହରେ କାଜୁ ଏବଂ ଏହିପରି ବାଦାମ ଖାଇବା ଦ୍ୱାରା ଆଲର୍ଜି ସୃଷ୍ଟି ହୋଇଥାଏ। ଯେଉଁମାନଙ୍କର ଏହି ଆଲର୍ଜି ସମସ୍ୟା ରହିଥାଏ, ସେମାନଙ୍କ ଜୀବନ ପ୍ରତି ସର୍ବଦା ବିପଦ ରହିଥାଏ।

ଖାଦ୍ୟ ଦ୍ୱାରା ହେଉଥିବା ଏହିପରି ଆଲର୍ଜି ଗୁଡିକର ବିଭିନ୍ନ ଲକ୍ଷଣ ରହିଥାଏ ଯଥା:- ଛିଙ୍କ ହେବା, ଆଖିରୁ ପାଣି ବାହାରିବା, ଆଖି ପୋଡ଼ା ଜଳା ହେବା, ମୁଁହ ଫୁଲିଯିବା, ଚର୍ମରେ ଦାଗ ହେବା, ପେଟ କାଟିବା, ବାନ୍ତି, ମୁଣ୍ଡ ବୁଲାଇବା ଏବଂ ଝାଡ଼ା ହେବା ଇତ୍ୟାଦି। କୌଣସି ଖାଦ୍ୟ ଖାଇବା ପରେ ଦେହରେ ଏହିପରି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଆଯିବା ଉଚିତ।