ସାଧାରଣ ଖାଦ୍ୟ ଭାବି ଆମେ ପ୍ରତିଦିନ ଖାଉଥିବା ଏହି ୪ଟି ଜିନିଷ ବ୍ରେନ୍ ପାଇଁ ହାନିକାରକ, ଆଜିଠୁ ଖାଇବା ଛାଡ଼ନ୍ତୁ

 
Brain

ବର୍ତ୍ତମାନ ସମୟରେ ସମସ୍ତେ ନିଜ ନିଜ ଶରୀରକୁ ଫିଟ୍ ରଖିବା ପାଇଁ ବେଶ୍ ଆଗ୍ରହୀ । ସମସ୍ତେ ନିଜ ଶରୀରକୁ ନେଇ ବେଶ୍ ସଜାଗ ରହୁଛନ୍ତି । ତେବେ କଣ ଆପଣ ଜାଣିଛନ୍ତି କି ଶରୀର ସହ ଆମକୁ ଆମ ମସ୍ତିଷ୍କର ମଧ୍ୟ ଯତ୍ନ ନେବାକୁ ପଡ଼ିଥାଏ ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି । କାରଣ ମସ୍ତିଷ୍କର ସଠିକ୍ ଯତ୍ନ ନ ନେବା ଦ୍ଵାରା ଆପଣ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି । ତେବେ ଆମର ନିତି ଦିନିଆ ଜୀବନର ଖାଦ୍ୟ ଶୈଳୀ ହିଁ ଆମର ମସ୍ତିଷ୍କ ଉପରେ କୁ ପ୍ରଭାବ ପକାଇଥାଏ ।

A

ତେବେ ଆସନ୍ତୁ ଜାଣିବା ଏପରି କେଉଁ ସବୁ ଖାଦ୍ୟ ରହିଛି ଯାହା ଆମର ମସ୍ତିଷ୍କ ଉପରେ କୁ ପ୍ରଭାବ ପକାଇଥାଏ ............

ମାଛ : 

ମାଛରେ ଓମେଗା - ୩ ସହ ଫ୍ୟାଟି ଏସିଡ ଏବଂ ପାରା ନାମକ ଏକ ଉପାଦାନ ରହିଥାଏ । ତେଣୁ ଅତ୍ୟଧିକ ମାଛ ଖାଇବା ଦ୍ୱାରା ଏହା ଆମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ଏହା ଦ୍ବାରା ଆମର ସ୍ମରଣ ଶକ୍ତି ମଧ୍ୟ ଦୁର୍ବଳ ହୋଇଥାଏ ।

କୋଲ୍ଡ ଡ୍ରିଙ୍କ୍ସ :

ସାଧାରଣତଃ ସମସ୍ତେ କୋଲ୍ଡ ଡ୍ରିଙ୍କ୍ସ ପିଇବାକୁ ବେଶ ପସନ୍ଦ କରିଥାନ୍ତି । ମାତ୍ର କୋଲ୍ଡ ଡ୍ରିଙ୍କ୍ସରେ ବହୁ ମାତ୍ରାରେ ରାସାୟନିକ ପଦାର୍ଥ ମିଶୁଥିବାରୁ ଏହା ପିଇବା ଦ୍ଵାରା ଏହା ମସ୍ତିଷ୍କ ପାଇଁ ହାନିକାରକ ହୋଇଥାଏ ।

ବ୍ରେଡ, ସ୍ନାକ୍ସ :

ବ୍ରେଡ, କୁକିଜ ଏବଂ ସ୍ନାକ୍ସରେ ଫାଇବରର ମାତ୍ରା ବହୁ କମ୍ ରହିଥାଏ । ଯାହାକି ମସ୍ତିଷ୍କ ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ତେଣୁ ଏଭଳି ଖାଦ୍ୟ ପଦାର୍ଥ ଠାରୁ ବହୁ ମାତ୍ରାରେ ଦୂରେଇ ରହିବା ଉଚିତ୍ ।

ଆଲକୋହୋଲ :

ଆଲକୋହୋଲର ପ୍ରଭାବ ଫୁସଫୁସ୍ , ଯକୃତ ଏବଂ ମସ୍ତିଷ୍କ ଉପରେ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଅତ୍ୟଧିକ ଆଲକୋହୋଲ ସେବନ ମସ୍ତିଷ୍କର ମେଟାବଲିଜିମ ଉପରେ ପ୍ରଭାବ ପକାଇବା ସହ ସ୍ମରଣ ଶକ୍ତି ହ୍ରାସ ହୋଇଥାଏ ।