ଚିକେନ୍ ସହିତ ଖାଆନ୍ତୁ ନାହିଁ ଏହି ୩ ଖାଦ୍ୟ, ନଚେତ ଭୋଗିବାକୁ ପଡିବ ଏହି ସବୁ ବଡ଼ ସମସ୍ୟା

 
Chicken

ଚିକେନ୍ ପ୍ରାୟତଃ ସମସ୍ତ ମାଂସାହାରୀ ବ୍ୟକ୍ତିବିଶେଷଙ୍କର ପ୍ରଥମ ପସନ୍ଦ ହୋଇଥାଏ। ଚିକେନରେ ଅନେକ ପ୍ରକାରର ବ୍ୟଞ୍ଜନ ତିଆରି ହୋଇ ପାରୁଥିବା ବେଳେ ଏହା ବେସ୍ ସ୍ୱାଦିଷ୍ଟ ହୋଇଥାଏ। ଏଥିସହିତ ଚିକେନରେ ଭରପୂର ପରିମାଣର ପ୍ରୋଟିନ ଏବଂ ପୋଷକ ତତ୍ତ୍ୱ ଥିବାରୁ ଏହା ଶରୀର ପାଇଁ ବେସ୍ ଲାଭଦାୟକ ହୋଇଥାଏ। କିନ୍ତୁ, ଚିକେନ ସହ କେତେକ ଖାଦ୍ୟ ଦ୍ରବ୍ୟ ଖାଇବା ଦ୍ୱାରା ଆମର ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚିଥାଏ ଏବଂ ପାଚନ ସମ୍ବନ୍ଧିତ ସମସ୍ୟା ବଢ଼ିବାରେ ଲାଗିଥାଏ।

Chicken

୧. ଦହି:- ଦହି ସହିତ ଚିକେନ୍ ମିଶାଇ କେତେକ ବ୍ୟଞ୍ଜନ ପ୍ରସ୍ତୁତ ହେଉଥିବା କଥା ତ ଆପଣ ନିଶ୍ଚିତ ଶୁଣିଥିବେ। କିନ୍ତୁ, ଏହାକୁ ଖାଦ୍ୟ ଭାବରେ ଗ୍ରହଣ କରିବା ସ୍ୱାସ୍ଥ୍ୟ ପ୍ରତି ଉପଯୁକ୍ତ ନୁହେଁ। ପ୍ରକୃତରେ ଚିକେନ ଆମ ଶରୀରରେ ଉଷ୍ମତା ସୃଷ୍ଟି କରୁଥିବା ବେଳେ ଦହି ପେଟକୁ ଥଣ୍ଡା ପ୍ରଦାନ କରିଥାଏ। ତେଣୁ, ଏହାକୁ ଏକା ସାଙ୍ଗରେ ଖାଇଲେ ଆମ୍ଭର ପାଚନ କ୍ରିୟାରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

Curd

୨. କ୍ଷୀର:- ଚିକେନ୍ ଖାଇବା ପରେ କ୍ଷୀର ପିଇବା ଅନୁଚିତ। କ୍ଷୀରରେ ଏପରି କିଛି ପୋଷକ ତତ୍ୱ ରହିଥାଏ ଯାହାକି ଚିକେନରେ ଥିବା ପୋଷକ ତତ୍ୱ ସହ ମିଶି ଆମ ଶରୀରରେ ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଏହା ଦ୍ୱାରା ଆମ ଶରୀରରେ ଧଳା ଦାଗ ସୃଷ୍ଟି ହେବା ପରି ସମସ୍ୟା ଦେଖା ଦେଇଥାଏ।

Milk

୩. ମାଛ:- ଚିକେନ୍ ଏବଂ ମାଛ ଏକା ସାଙ୍ଗରେ ଖାଇବା ଅନୁଚିତ। ଉଭୟରେ ଭରପୂର ମାତ୍ରାରେ ପ୍ରୋଟିନ ମିଳୁଥିଲେ ହେଁ ଏହି ପ୍ରୋଟିନ ଗୁଡିକ ଅଲଗା ଅଲଗା ପ୍ରକାରର ହୋଇଥାଏ। ତେଣୁ, ମାଛ ସହିତ ଚିକେନ୍ ଏକା ସାଙ୍ଗରେ ଖାଇଲେ ଶରୀରର ଅନେକ କ୍ଷତି ହୋଇଥାଏ।

Fish