ଗାର୍ଲଫ୍ରେଣ୍ଡକୁ ଭେଟିବାକୁ ମହିଳା ବେଶରେ ଆସିଥିଲା ପ୍ରେମିକ, ଧରିଦେଲେ ଝିଅ ଘରଲୋକ ଆଉ ତାପରେ..ଦେଖନ୍ତୁ ଭିଡ଼ିଓ

 
Premika

ଉତ୍ତରପ୍ରଦେଶର ଭଦୋହି ଜିଲ୍ଲାରେ ଏଭଳି ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକୃତରେ ଏଠାକାର ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଥିରେ ଜଣେ ଯୁବକ ମହିଳାଙ୍କ ବେଶ ଧରି ସାମିଲ ହେବା ଘଟଣା ସାମ୍ନାକୁ ଆସିଛି ଏବଂ ଏହାର ଏକ ଭିଡ଼ିଓ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

ପୁରା ଘଟଣା ଅନୁଯାଇ ଭଦୋଇ ଅଞ୍ଚଳରେ ଏକ ବିବାହ କାର୍ଯ୍ୟକ୍ରମ ଚାଲିଥିଲା ବେଳେ ସେଠାରେ ଏହି ଯୁବକ ଜଣକ ମହିଳାଙ୍କ ବେଶରେ ଘରେ ପ୍ରବେଶ କରିଥିଲେ। ଯୁବକ ଜଣକ ମହିଳାଙ୍କ ପରି ସମ୍ପୂର୍ଣ୍ଣ ବେସ ହୋଇଥିବାରୁ ତାଙ୍କୁ ପ୍ରଥମେ କେହି ଚିନ୍ହି ପାରିନଥିଲେ। ସେ ଲେହେଙ୍ଗା ପିନ୍ଧିବା ସହ ନକଲି କେଶ ମଧ୍ୟ ଲଗାଇଥିଲେ। ତେବେ ଯେତେବେଳେ ପରିବାର ସଦସ୍ୟମାନେ ଘରେ ଉପସ୍ଥିତ ମହିଳାମାନଙ୍କ ମଧ୍ୟରେ ବସିଥିବା ଯୁବକଙ୍କୁ ଦେଖି ସନ୍ଦେହ କରିଥିଲେ, ସେତେବେଳେ ସେ ଧରାପଡିଥିଲେ। ତେବେ ପୋଲିସକୁ ଜଣାଇବା ପୂର୍ବରୁ ସେ ସମସ୍ତଙ୍କୁ ଚକମା ଦେଇ ଜଣେ ବାଇକ ଆରୋହୀଙ୍କ ସହ ପଳାଇ ଯାଇଥିଲେ।

ସମ୍ପୂର୍ଣ୍ଣ ଘଟଣା ଅନୁଯାଇ ଗୋପୀଗଞ୍ଜ କୋଟୱାଲୀ ଅଞ୍ଚଳର, କିଛି ଦିନ ପୂର୍ବରୁ ଏକ ଘରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହି ଘରେ ଅନେକ ମହିଳା ମଧ୍ୟ ଉପସ୍ଥିତ ଥିଲେ ଏହାର ସୁଯୋଗ ନେଇ ଉକ୍ତ ବ୍ୟକ୍ତି ଜଣକ ଛଦ୍ମବେଶ ଧାରଣ କରି ସେମାନଙ୍କ ମଧ୍ୟରେ ବସି ରହିଥିଲେ। ଯେତେବେଳେ ଘରର ଲୋକମାନେ ମହିଳାଙ୍କୁ ଚିହ୍ନି ପାରିନଥିଲେ, ସେତେବେଳେ ଲୋକମାନେ ସନ୍ଦେହ ପ୍ରକଟ କରିଥିଲେ। 

ଯେତେବେଳେ କେହି ଜଣେ ତାଙ୍କ ମୁଣ୍ଡ ପଛ ପଟରୁ ହାତ ରଖିଥିଲେ, ସେତେବେଳେ ତାଙ୍କର ନକଲି କେଶ ବାହାରି ଆସିଥିଲା। ଏହା ପରେ ପ୍ରାୟ ଅଧ ଘଣ୍ଟା ଧରି ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଧରାପଡ଼ିବା ପରେ ମଧ୍ୟ ଯୁବକ ଜଣକ ମହିଳାଙ୍କ ସ୍ୱର ବାହାର କରି ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ।

ତେବେ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେବାକୁ ଯାଉଥିବାବେଳେ ବାଇକରେ ଆସିଥିବା ଦୁଇଜଣ ଯୁବକଙ୍କ ସହ ଉକ୍ତ ଯୁବକ ଜଣକ ଚମ୍ପଟ ମାରିଥିଲେ। ତେବେ ଉକ୍ତ ଯୁବକଙ୍କ ଏହି କାମର ଭିଡ଼ିଓ ଭାଇରାଲ ହେବାପରେ ସମଗ୍ର ସହରରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଏଭଳି ଛଦ୍ମବେଶରେ ଆସିଥିବା ଯୁବକଙ୍କ ଉଦ୍ଦେଶ୍ୟ କ’ଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।