ଏହି WWE ସୁପରଷ୍ଟାରଙ୍କ 41 ବର୍ଷ ବୟସରେ ହେଲା ଅକାଳ ମୃତ୍ୟୁ, ପତ୍ନୀ ଦେଲେ ସୂଚନା, କହିଲେ ମୃତ୍ୟୁର କାରଣ

ପ୍ରତିଦ୍ୱନ୍ଦ୍ୱୀଙ୍କୁ ସବୁବେଳେ ରିଙ୍ଗରେ ପରାସ୍ତ କରୁଥିବା ଲୁକ ହାରପର୍ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି । WWE ସୁପରଷ୍ଟାର ତଥା ପୂର୍ବତନ ଆଇସି ଚାମ୍ପିଅନ୍ ଲୁକ ହାରପର୍ 41 ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି । ଦୀର୍ଘ ଦିନ ଧରି ଲୁକ ହାରପର୍ ଫୁସଫୁସ ରୋଗରେ ପୀଡିତ ଥିଲେ, ଯାହାର ଚିକିତ୍ସା ହେଉଥିଲା ।
ଲୁକ ହାରପର୍ ଙ୍କ ମୃତ୍ୟୁକୁ ତାଙ୍କ ପତ୍ନୀ ଅମାଣ୍ଡା ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଜଣାଇଥିଲେ ଏବଂ ଫୁସଫୁସ ସଂକ୍ରମଣରେ ଲୁକଙ୍କର ମୃତ୍ୟୁ ହୋଇଥିବା କହିଥିଲେ । ଆସନ୍ତୁ ଜାଣିବା ଯେ ପୂର୍ବତନ WWE ରେସଲର ଜୋନାଥନ୍ ହ୍ୟୁବର୍ ଙ୍କୁ ବ୍ରୋଡି ଲି ଭାବରେ ଜଣାଶୁଣା ।
Also Read : ଭଲ ଫିଗର ପାଇଁ ଅଭିନେତ୍ରୀ କଲେ ନିଜ ପିଚା ସର୍ଜରୀ, ଆଉ ତାପରେ ଯାହା ହେଲା ଜାଣି ହେବେ ତାଜୁବ୍
ଲୁକ ହାରପର୍ ଙ୍କ ପତ୍ନୀ ଅମାଣ୍ଡା ଲେଖିଛନ୍ତି, 'ଆଜି ମୋର ସର୍ବୋତ୍ତମ ବନ୍ଧୁଙ୍କର ମୃତ୍ୟୁ ହେଲା । ମୁଁ କେବେବି ସେହି ଶବ୍ଦ ଲେଖିବାକୁ ଚାହୁଁନଥିଲି । ମୋର ହୃଦୟ ଭାଙ୍ଗି ଯାଇଛି । ସେ ଦୁନିଆକୁ ଏକ ଚମତ୍କାର ଢଙ୍ଗରେ ଦେଖିଥିଲେ, କିନ୍ତୁ ସେ ମୋର ସର୍ବୋତ୍ତମ ବନ୍ଧୁ, ମୋ ସ୍ୱାମୀ ଏବଂ ବହୁତ ଭଲ ପିତା ଥିଲେ । କୌଣସି ଶବ୍ଦ ସେହି ପ୍ରେମକୁ ପ୍ରକାଶ କରିପାରିବ ନାହିଁ, ଯାହା ମୁଁ ଅନୁଭବ କରୁଛି କିମ୍ବା ମୁଁ ବର୍ତ୍ତମାନ କେତେ ଭାଙ୍ଗି ପଡିଛି ।'