ଦେଖନ୍ତୁ ଭିଡ଼ିଓ: ଘର ଭିତରେ ପଶିଥିଲା ସାପ, ମହିଳା ଜଣକ ଗୋଟେ ବାଡ଼ି ଧରି କଲେ ଏପରି, ଭିଡ଼ିଓ ହେଲା ଭାଇରଲ

 
Snake

ସାଧାରଣତଃ ସାପ ଗୁଡିକ ମଣିଷମାନଙ୍କ ଠାରୁ ଦୂରରେ ବୁଦା ଏବଂ ଗଛଲତା ମଧ୍ୟରେ ରହିବାକୁ ପସନ୍ଦ କରିଥାନ୍ତି। କିନ୍ତୁ, ବର୍ଷା ଋତୁ କିମ୍ବା ଖାଦ୍ୟ ଅନ୍ୱେଷଣରେ ସେମାନେ ଘର ଭିତରକୁ ପଶି ଆସୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ସାପଟିଏ ଘରକୁ ପଶି ଆସିଲେ ଲୋକେ ଭୟଭୀତ ହେବା ସହ ଏହାକୁ ମାରିଦେବାକୁ ପ୍ରୟାସ କରିଥାନ୍ତି। କିନ୍ତୁ, ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କୁ ଦେଖାଇବୁ ଯିଏ କି ସାପଟିକୁ ଆହତ ନ କରି ଘରୁ ତଡିଦେବାକୁ ସକ୍ଷମ ହୋଇଥିଲେ। 

ଭାଇରାଲ ହେଉଥିବା ଭିଡ଼ିଓରେ କୋବ୍ରା ପ୍ରଜାତିର ଏକ ସାପ ଘର ଭିତରକୁ ପଶିଆସିଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଜଣେ ମହିଳା ସେଠାକୁ ଏକ ବାଡ଼ି ଆଣି ଏହା ସାହାଯ୍ୟରେ ସାପଟିକୁ ବାହାର କରିଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ମହିଳା ଜଣକ ସାପକୁ ଦେଖି ଆଦୌ ବିଚଳିତ ହୋଇନଥିଲେ ଏବଂ ସାପଟିକୁ କୌଣସି ପ୍ରକାର ଆଘାତ ଦେଇନଥିଲେ।

ଦେଖନ୍ତୁ ଭିଡ଼ିଓ:-

IAS ଅଧିକାରୀ ସୁପ୍ରିୟା ସାହୁ ଏହି ଭିଡ଼ିଓଟିକୁ ନିଜ ଟ୍ୱିଟର ଅକାଉଣ୍ଟ ଦ୍ୱାରା ସେୟାର କରିଥିଲେ। ଏହି ଭାଇରାଲ ଭିଡ଼ିଓରେ ମହିଳା ଜଣକ ସାପକୁ ଦେଖି ଯେଉଁଭଳି ଭାବରେ ଶାନ୍ତିର ସହ ପଦକ୍ଷେପ ନେଇଥିଲେ ତାହାକୁ ଲୋକେ ଭୂୟସୀ ପ୍ରଶଂସା କରୁଛନ୍ତି।