ଜେଲ ଯିବେ ଟଲିଉଡ ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ! ଏହି ବଡ଼ ଖରାପ ଧନ୍ଦା ରେ ଥିଲେ ଲିପ୍ତ...

 
ଜେଲ ଯିବେ ଟଲିଉଡ ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ! ଏହି ବଡ଼ ଖରାପ ଧନ୍ଦା ରେ ଥିଲେ ଲିପ୍ତ...

ବର୍ତ୍ତମାନ ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନୂଆ ମୋଡ଼ ଆସିଛି । ବଡ ବଡ ବଲିଉଡ ଏବଂ ଟଲିଉଡ଼ ଷ୍ଟାର ମାନଙ୍କ ନାମ ଆସିଲା ପର ଠାରୁ ଏହି ମାମଲା ଅତି ଜଟିଳ ହୋଇ ଯାଉଛି । କିଛି ଦିନ ତଳେ ଦୀପିକାଙ୍କ ନାମ ଆସିଥିଲା ଏବଂ ବର୍ତମାନ ନମ୍ରତା ଶିରୋଦକରଙ୍କ ନାମ ଆସିଛି ।

ସୂଚନା ଅନୁସାରେ ସୁଶାନ୍ତଙ୍କ ମ୍ୟାନେଜର ଜୟା ଯେଉଁ ଅଭିନେତ୍ରୀଙ୍କ ସହ ଡ୍ରଗ୍ସକୁ ନେଇ କଥା ହେଉଥିଲେ ସେ ଆଉ କେହି ନୁହେଁ ବରଂ ଜଣାଶୁଣା ଅଭିନେତ୍ରୀ ଏବଂ ଦକ୍ଷିଣର ସୁପରଷ୍ଟାର ମହେଶ ବାବୁଙ୍କ ପତ୍ନୀ ନମ୍ରତା ।

ହ୍ବାଟସଆପ୍ ଚ୍ୟାଟ ରେ ଜୟା ଜଣଙ୍କ ସହ ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି ଏବଂ ସେ ନମ୍ରତା ଅଟନ୍ତି । ଡ୍ରଗ୍ସ ବିଷୟରେ ନମ୍ରତା ଜୟାଙ୍କୁ କହୁଛନ୍ତି ଯେ ତୁମେ ମୋତେ ପ୍ରମିସ୍ କରିଥିଲ ଯେ ମୋତେ ଭଲ MD ବମ୍ବେରେ ଦେବ ଏବଂ ଆମେ ଏକାଠି ପାର୍ଟି କରିବା। ଏହା ପରେ ନମ୍ରତା କଥାକୁ ଏଡାଇ କିଛି ସମୟ ମାଗିଛନ୍ତି ।

ଆସନ୍ତୁ ନମ୍ରତାଙ୍କ ବିଷୟରେ ଜାଣିବା, ବିବାହ ପରେ ନମ୍ରତା ବଲିଉଡରୁ ଦୂରେଇ ଯାଇଥିଲେ । ନମ୍ରତା ଟଲିଉଡର ଜଣାଶୁଣା ଅଭିନେତା ମହେଶ ବାବୁଙ୍କୁ ୨୦୦୦ମସିହାରେ ବିବାହ କରିଥିଲେ । ଏବେ ଏହି ସବୁ କଥା ସାମ୍ନା କୁ ଆସିବା ପରେ NCB ନମ୍ରତା ଙ୍କୁ ସମନ ପାଇଁ ଡ଼କାଇପାରେ ।