ଏମିତି କଣ ହେଲା ଯେ ହଠାତ୍ ଆଲବମ ଜଗତ ଛାଡିଥିଲେ ଦୀପା? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଆରପାରିକୁ ଚାଲି ଯାଇଛନ୍ତି ଓଡିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁ। ଦୀର୍ଘ ଦିନରୁ କ୍ୟାନସର ସହ ସଂଘର୍ଷ କରି ସେ ଶେଷରେ ଆଖି ବୁଜି ଦେଇଛନ୍ତି। ଢେଙ୍କାନାଳରେ ଜନ୍ମିତ ଦୀପା ଆଲବମ୍ ଜଗତରେ ପାଦ ଦେଇ ଇଣ୍ଡଷ୍ଟ୍ରିକୁ ଏକ ନୂଆ ପରିଚୟ ଦେଇଥିଲେ। ଗୀତରେ ତାଙ୍କ ଅଭିନୟ ଶୈଳୀ ୯୦ ଦଶକରେ ସେ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିଲେ। ହେଲେ ସେ ହଠାତ୍ ଆଲବମ ଜଗତ ଛାଡି କୁଆଡେ ଉଭାନ ହୋଇଯାଇଥିଲେ। ଅନେକ ସୁଯୋଗ ପାଖରେ ରହିଥିଲେ
 
ଏମିତି କଣ ହେଲା ଯେ ହଠାତ୍ ଆଲବମ ଜଗତ ଛାଡିଥିଲେ ଦୀପା? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଆରପାରିକୁ ଚାଲି ଯାଇଛନ୍ତି ଓଡିଆ ଆଲବମ୍ ଅଭିନେତ୍ରୀ ଦୀପା ସାହୁ। ଦୀର୍ଘ ଦିନରୁ କ୍ୟାନସର ସହ ସଂଘର୍ଷ କରି ସେ ଶେଷରେ ଆଖି ବୁଜି ଦେଇଛନ୍ତି। ଢେଙ୍କାନାଳରେ ଜନ୍ମିତ ଦୀପା ଆଲବମ୍ ଜଗତରେ ପାଦ ଦେଇ ଇଣ୍ଡଷ୍ଟ୍ରିକୁ ଏକ ନୂଆ ପରିଚୟ ଦେଇଥିଲେ। ଗୀତରେ ତାଙ୍କ ଅଭିନୟ ଶୈଳୀ ୯୦ ଦଶକରେ ସେ ସମସ୍ତଙ୍କ ହୃଦୟରେ ରାଜ୍ କରୁଥିଲେ। ହେଲେ ସେ ହଠାତ୍ ଆଲବମ ଜଗତ ଛାଡି କୁଆଡେ ଉଭାନ ହୋଇଯାଇଥିଲେ। ଅନେକ ସୁଯୋଗ ପାଖରେ ରହିଥିଲେ ମଧ୍ୟ ସେ ଆଉ ଆଲବମ କି ଅଭିନୟ ଜଗତକୁ ଫେରି ନ ଥିଲେ, ତେବେ ଏମିତି କଣ ହୋଇଥିଲା ତାଙ୍କ ସହ ଆସନ୍ତୁ ଜାଣିବା।

ଏମିତି କଣ ହେଲା ଯେ ହଠାତ୍ ଆଲବମ ଜଗତ ଛାଡିଥିଲେ ଦୀପା? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଆକ୍ଟି ଜଗତରୁ ଦୂରେଇ ଯିବାର କାରଣ ଥିଲେ ତାଙ୍କ ମାଆ। ତାଙ୍କ ମାଆ ମଧ୍ୟ କ୍ୟାନସର ରୋଗରେ ପୀଡ଼ିତ ଥିଲେ। ଆଲବମ ଲାଇନକୁ ଆସିବା ପରେ ଦୀପା ନିଜ ପରିବାର ଠାରୁ ଅଲଗା ହୋଇଯାଇଥିଲେ। ଦୀପା ଘରର ସବୁଠାରୁ ବଡ଼ ଥିଲେ। ତେବେ ଏହି ବ୍ୟସ୍ତତା ଜୀବନ ଭିତରେ ତାଙ୍କ ମାଆଙ୍କ ଦେହ ଖରାପ ଥିଲା ଯାହା ଦୀପାଙ୍କ କ୍ୟାରିୟରରେ ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ଥିଲା। ଯାହା ପରେ ସେ ଅଧିକ ସମୟ ନିଜ ମାଆକୁ ଦେଇଥିଲେ। ଏବଂ ଆକ୍ଟି ଜଗତରୁ ଧିରେ ଧିରେ ଦୁରେଇ ଯାଇଥିଲେ। ହେଲେ କିଛି ଦିନ ପରେ ଦୀପାଙ୍କ ମାଆଙ୍କର ମୃତ୍ୟୁ ହୋଇଥିଲା।

ମାଆଙ୍କ ମୃତ୍ୟୁ ପରେ ଦୀପା ପୁରା ଭାଙ୍ଗି ପଡିଥିଲେ, ଆଉ ତାପରେ ସେ ଅଭିନୟ ଜଗତରୁ ସଂପୂର୍ଣ୍ଣ ଦୂରେଇ ଗଲେ। ଏହାପରେ ୨୦୦୭ରେ ତାଙ୍କ ବାହାଘର ମନୀନ୍ଦ୍ର ଦତ୍ତଙ୍କ ସହ ହୋଇଥିଲା। ପରେ ସେ ଏକ ଝିଅକୁ ଜନ୍ମ ଦେଇଥିଲେ। ଝିଅ ଜନ୍ମ ପରେ ସେ ନିଜ ସ୍ୱାମୀ ଓ ଝିଅ ସହ ଖୁସିରେ ଜୀବନ କାଟୁଥିଲେ। ଏହି ସମୟରେ ସେ ପୁଣି ଥରେ ଅଭିନୟ ଜଗତକୁ ଫେରିବାକୁ ମଧ୍ୟ ଚାହୁଁଥିଲେ। ହେଲେ କ୍ୟାନସର ଭଳି ମାରାତ୍ମକ ରୋଗ ପୁଣି ତାଙ୍କ ଜୀବନକୁ ଆସିଥିଲା ଆଉ ସବୁ ଶେଷ କରିଦେଇଥିଲା। କ୍ୟାନସର ସହ ସଂଘର୍ଷ କରି କରି ଶେଷରେ ହାରି ଗଲେ।