ଯେବେ ଅନୀଲ କପୁରଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ ମଧୁରୀ! କିନ୍ତୁ କାହିଁକି?

 
Anil Kapoor madhuri dixit

ବାଲିଉଡ଼ ଇତିହାସରେ ଏଭଳି ଅନେକ ଯୋଡ଼ି ରହିଛନ୍ତି ଯେଉଁମାନେ ନିଜ ଅଭିନୟ ଦ୍ୱାରା ଲୋକମାନଙ୍କର ମନ ଜିତିବାରେ ସଫଳ ହୋଇପାରିଛନ୍ତି। ସେହି କେତୋଟି ଅନ୍ ସ୍କ୍ରିନ୍ ଯୋଡ଼ି ମାନଙ୍କ ମଧ୍ୟରୁ ଅନିଲ କପୁର ଏବଂ ମଧୁରୀ ଦୀକ୍ଷିତଙ୍କ ଯୋଡ଼ି ଅନ୍ୟତମ। ସେହି ସମୟରେ ମଧୁରୀଙ୍କ ଅଭିନୟ ଏବଂ ନୃତ୍ୟର ଜଲୱା ଖୁବ ଚର୍ଚ୍ଚାରେ ରହୁଥିଲା। 

Anil and madhuri

ବାଲିଉଡ଼ର ଏହି ଷ୍ଟାର ଯୋଡ଼ି ଏତେ ମାତ୍ରାରେ ଫେମସ୍ ରହିଥିଲା ଯେ ସେମାନେ ରିଅଲ୍ ଲାଇଫରେ ମଧ୍ୟ ବିବାହ କରିବେ ବୋଲି ଅନେକେ ଅନୁମାନ କରୁଥିଲେ। ଏଥିନେଇ ୧୯୮୯ ମସିହାରେ ଏକ ସାକ୍ଷାତକାରରେ ମଧୁରୀଙ୍କୁ ପଚରା ମଧ୍ୟ ଯାଇଥିଲା। ଯାହାର ଉତ୍ତରରେ ସେ କହିଥିଲେ ଯେ ଅନୀଲ ବହୁତ ଭଲ ମଣିଷ କିନ୍ତୁ ସେ ତାଙ୍କୁ ବିବାହ କରି ପାରିବେ ନାହିଁ। 

Anil madhuri

ମଧୁରୀ କହିଥିଲେ ଯେ ଅନୀଲ ଖୁବ୍ ଭଲ ଜଣେ ମଣିଷ। ତାଙ୍କ ସହିତ ଆକ୍ଟିଂ କରିବା ବେଳେ ସେ କଦାପି ଅସହଜ ଅନୁଭବ କରନ୍ତି ନାହିଁ। କିନ୍ତୁ, ଅନୀଲ ଖୁବ୍ ରାଗି ମିଜାଜର ସେ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି। ଜୀବନସାଥି ହେବାକୁ ହେଲେ ଥଣ୍ଡା ମିଜାଜର ମଣିଷ ହେବା ନିହାତି ଦରକାର ତେଣୁ ସେ ଅନୀଲଙ୍କୁ ବିବାହ କରି ପାରିବେ ନାହିଁ ବୋଲି ମଧୁରୀ କହିଥିଲେ। କୌତୁହଳର କଥା ହେଉଛି ଏହି ସାକ୍ଷାତକାର ସମୟରେ ଅନୀଲଙ୍କର ବିବାହ ସମ୍ପନ୍ନ ହୋଇ ସାରିଥିବା ବେଳେ ମଧୁରୀ ସଞ୍ଜୟ ଦତ୍ତଙ୍କୁ ଡେଟ୍ କରୁଥିଲେ।