କିଏ ଏହି ଗୀତାଶ୍ରୀ ଦାସ ? କାହିଁକି ଅନୁଭବ ନିଜ ପତ୍ନୀ ବର୍ଷାଙ୍କୁ ନେଇ ଗୀତାଶ୍ରୀ ଙ୍କୁ ସିଧା ଟାର୍ଗେଟ କଲେ ...

 
କିଏ ଏହି ଗୀତାଶ୍ରୀ ଦାସ ? କାହିଁକି ଅନୁଭବ ନିଜ ପତ୍ନୀ ବର୍ଷାଙ୍କୁ ନେଇ ଗୀତାଶ୍ରୀ ଙ୍କୁ ସିଧା ଟାର୍ଗେଟ କଲେ ...

କେନ୍ଦ୍ରାପଡା ସାଂସଦ ତଥା ଓଡ଼ିଆ ଚଳଚିତ୍ର ଜଗତର ପ୍ରସିଦ୍ଧ ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ବିବାଦ ନୂଆ ମୋଡ଼ ନେଇଛି । ଏବେ ଅନୁଭବ ଙ୍କ ଟାର୍ଗେଟ୍‌ରେ ଆଉ ପତ୍ନୀ ବର୍ଷା ନଥାଇ ଅଛନ୍ତି ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର ଓଡ଼ିଶା ଶାଖା ସଦସ୍ୟା ଗୀତାଶ୍ରୀ ଦାସ ।

ସେ ଏହି ମାମଲାର ମଧ୍ୟସ୍ଥି ପାଇଁ ଆସିଥିବାର ସୂଚନା ମିଳିଥିଲା । ମାତ୍ର ଗତକାଲି ସୋସିଆଲ୍‌ ମିଡିଆରେ ଟ୍ୱିଟ୍ କରି ଅନୁଭବ ସିଧାସଳଖ ମାନବାଧିକାର ସଦସ୍ୟଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ।

ମାନବାଧିକାର ସଦସ୍ୟ ଅନୁଭବଙ୍କୁ ଏବଂ ତାଙ୍କ ପିତାମାତାଙ୍କୁ ଏଭଳି ଠକିବେ ବୋଲି ସେ ଆଶା କରୁନଥିଲେ। ସେ ସେମାନଙ୍କୁ ସବୁଥିରେ ସହଯୋଗ କରିଥିଲେ। ମାନବାଧିକାର କର୍ମୀ କହିଥିଲେ ଆଲୋଚନା ପରେ ମିଡିଆକୁ କିଛି ଜଣାଇବେନି। ହେଲେ ମିଡିଆରେ ମନ୍ତବ୍ୟ ସହ ତାଙ୍କ ବିଷୟରେ ମିଛ ବି କହିଛନ୍ତି। ଏମିତିକି ତଥାକଥିତ HRC ସଦସ୍ୟା ବୋଲି କହୁଥିବା ଗୀତାଶ୍ରୀ ମ୍ୟାଡାମ୍‌ଙ୍କର ବର୍ଷା ଏବଂ ତାଙ୍କ ପରିବାର ସହିତ ସମ୍ପର୍କ ଥିବାର ଅଭିଯୋଗ ବି ଆଣିଛନ୍ତି ଅନୁଭବ।

ଏହି ବାଦ ବିବାଦ ଭିତରେ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିରୋଧରେ ବି ତାଙ୍କ ବୋହୂ ପଣିଆକୁ ନେଇ ମଧ୍ୟ ଏକାଧିକ ଟ୍ୱିଟ୍‌ରେ ପ୍ରଶ୍ନ ଉଠାଇଛନ୍ତି ଅନୁଭବ। ସେ ବର୍ଷା ଙ୍କୁ କଣ କହିଛନ୍ତି ସବୁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ।