ସାନିଆ ମିର୍ଜାଙ୍କୁ ପଚରାଗଲା ଭାରତ-ପାକିସ୍ତାନ ମଧ୍ୟରେ କାହାକୁ ସମର୍ଥନ କର? ଜବାବରେ ସାନିଆ କହିଲେ ମୁଁ...

 
Sania mirza

ଭାରତର ଏକ ନମ୍ବର ମହିଳା ଟେନିସ ଖେଳାଳି ସାନିଆ ମିର୍ଜା ପ୍ରାୟତଃ ନିଜ ଖେଳ ଏବଂ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଖାସ୍ କରି ସେ ପାକିସ୍ତାନୀ କ୍ରିକେଟର ସୋହେବ ମାଲିକଙ୍କୁ ବିବାହ କରିବା ପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ରୋଚକ ଖବର ଆସିବାକୁ ଲାଗିଥାଏ। ତେବେ, ଉଭୟଙ୍କର ନିଜ ନିଜ ଦେଶ ପ୍ରତି ଥିବା ସମ୍ମାନ ଏବଂ ଭଲପାଇବା ସମସ୍ତଙ୍କର ମନ ଜିଣି ନେଇଥାଏ।

Sania mirza

ବର୍ତ୍ତମାନ ଏହିଭଳି ଆଉ ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଉଭୟେ ଏକ ପାକିସ୍ତାନୀ ଟିଭି ସୋରେ ଭାଗ ନେଇଥିବା ଦେଖିବାକୁ ମିଳୁଛି। ଏହି ସୋ'ରେ ଉପସ୍ଥାପିକ ଜଣକ ସାନିଆଙ୍କୁ ପଚାରନ୍ତି ଯେ,"କେଉଁ ପ୍ରଶ୍ନ ଶୁଣି ଆପଣ ରାଗି ଯାଆନ୍ତି"? ଏହାର ଉତ୍ତରରେ ସାନିଆ କହୁଛନ୍ତି ଯେ,"ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ ଚାଲିଥିବା ବେଳେ ମୁଁ କାହାକୁ ସମର୍ଥନ କରେ ବୋଲି କେହି ପଚାରିଲେ ମୋତେ ବହୁତ ରାଗ ଲାଗେ"।

Sania sohaib

ସାନିଆ ଏହା କହିବା ପରେ ସେଠାରେ ଉପସ୍ଥିତ ଥିବା ତାଙ୍କ ପତି ସୋହେବ ସମାନ ପ୍ରଶ୍ନ ଦୋହରାଇ ଥିଲେ। ଯାହାର ଉତ୍ତରରେ ସାନିଆ ପାଲଟା ପ୍ରଶ୍ନ ପଚାରିଥିଲେ ଯେ,"ଟେନିସରେ ଭାରତ-ପାକିସ୍ତାନ ମ୍ୟାଚ୍ ଥିବାବେଳେ ଆପଣ କାହାକୁ ସମର୍ଥନ କରନ୍ତି? ଏହାର ଉତ୍ତରରେ ସୋହେବ କହନ୍ତି ଯେ ମୁଁ ମୋ ପତ୍ନୀଙ୍କୁ ସମର୍ଥନ କରେ କିନ୍ତୁ, ମୋ ଦେଶକୁ ଭଲ ପାଏ। ଏହା ଶୁଣିବା ପରେ ସାନିଆ କୁହନ୍ତି ଯେ,"ସମାନ ଭାବରେ କ୍ରିକେଟ ମ୍ୟାଚ ବେଳେ ମୁଁ ମୋ ସ୍ୱାମୀଙ୍କୁ ସମର୍ଥନ କରୁଥିଲେ ହେଁ ଭାରତକୁ ଭଲ ପାଏ"। ଏଥିସହିତ ଏଭଳି ପ୍ରଶ୍ନ ଆଉଥରେ ନ ପଚାରିବା ପାଇଁ ସାନିଆ ତାଗିଦ କରିଥିଲେ।