ଦେଖନ୍ତୁ ଭିଡ଼ିଓ: ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ବୟାନ, କହିଲେ "ପିଣ୍ଟୁ ନନ୍ଦଙ୍କୁ ସାହାଯ୍ୟ କରିବାକୁ ଚାହେଁ ମାତ୍ର...

 
Pintu Nanda
ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ରୋଗରେ ପଡିଥିବା କଥା ଆପଣ ନିଶ୍ଚିତ ଜାଣିଥିବେ। ସେ ଲିଭର୍ସିରୋସିସ୍ ରୋଗରେ ପୀଡିତ ଅଛନ୍ତି। ତେବେ ରୋଗରୁ ରକ୍ଷା ପାଇବା ପାଇଁ ତଥା ଚିକିତ୍ସିତ ହେବା ପାଇଁ ପିଣ୍ଟୁ ନନ୍ଦ ମାଗିଥିଲେ ସାହାଯ୍ୟ ଏବଂ ସବୁଆଡୁ ସାହାଯ୍ୟର ସୁଅ ମଧ୍ଯ ଛୁଟୁଥିଲା।
କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ କେହି ଲିଭର୍ ଡୋନର୍ ମିଳିନାହାଁନ୍ତି। ତେବେ ବର୍ତ୍ତମାନ ଓଲିଉଡ ଜଗତର ସୁପରଷ୍ଟାର୍ ସିଦ୍ଧାନ୍ତ ମହାପାତ୍ର ଏକ ବଡ଼ ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଲିଭର୍ ଡୋନର୍ ପାଇଁ ମୁଁ ଅପିଲ କରୁଛି। ପିଣ୍ଟୁ ନନ୍ଦଙ୍କୁ ଲିଭର୍ ଡୋନର୍ କରିବା ଲୋକ ଏପର୍ଯ୍ୟନ୍ତ ମିଳୁ ନାହାଁନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ କହିବା ଅନୁସାରେ ଏପର୍ଯ୍ୟନ୍ତ ଯୋଗାଡ କରାଯାଇଥିବା ଅର୍ଥ ରାଶି ମଧ୍ୟ ହୋଇ ଗଲାଣି।
Pintu nanda
କିନ୍ତୁ ଏପର୍ଯ୍ୟନ୍ତ ଲିଭର୍ ଡୋନର୍ କରିବା ଲୋକ ମିଳୁ ନାହାଁନ୍ତି ଲିଭର୍ ଡୋନର୍ କରିବା ଲୋକ ମିଳିଗଲେ ପିଣ୍ଟୁ ନନ୍ଦ ଖୁବ୍ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି କହିଛନ୍ତି ସିଦ୍ଧାନ୍ତ ମହାପାତ୍ର। ତେବେ ସିଦ୍ଧାନ୍ତ ମହାପାତ୍ର ଫିଲ୍ମ ଆସୋସିଏସନ୍ ର ସେକ୍ରେଟାରୀ ଥିବାବେଳେ କହିଛନ୍ତି ଆମେ କ୍ରାଉଡ୍ ଫଣ୍ଡିଙ୍ଗ ମାଧ୍ୟମରେ ସାହାଯ୍ୟ ଦ୍ଵାରା ସମସ୍ତେ ପଇସା ମଧ୍ୟ ଯୋଗାଡ଼ କରି ସାରିଲୁଣି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପିଣ୍ଟୁ ନନ୍ଦଙ୍କୁ ଏପର୍ଯ୍ୟନ୍ତ ଲିଭର୍ ଡୋନର୍ କରିବା ଲୋକ ମିଳିନାହିଁ। ୬ ମାସ ପର୍ଯ୍ୟନ୍ତ ଡାକ୍ତର ତାଙ୍କୁ ଟାଇମ୍ ଦେଇଛନ୍ତି ଏବଂ ୬ ମାସ ମଧ୍ୟ ହିଁ ଏସବୁ କରିବାକୁ ପଡ଼ିବ ସେହି ୬ ମାସ ଭିତରେ ଯାହାବି ହେବ ସେହି ୬ ମାସ ମଧ୍ୟରେ ହିଁ ହେବା ଦରକାର ଲିଭର୍ ଡୋନର୍ ର ସବୁ କ୍ରାଇଟେରିଆ ଏହି ୬ ମାସ ଭିତରେ ଠିକ୍ ହୋଇ ପିଣ୍ଟୁ ନନ୍ଦଙ୍କୁ ଯକୃତ ପ୍ରତ୍ୟାରୋପଣ କରାଯିବ। ଏହା ମଧ୍ୟରେ ହିଁ ପିଣ୍ଟୁ ନନ୍ଦଙ୍କୁ ଯକୃତ ପ୍ରତ୍ୟାରୋପଣ କରାଗଲେ ପିଣ୍ଟୁ ନନ୍ଦ ବଞ୍ଚିଯିବେ କିନ୍ତୁ ଯଦି ଏଭଳି କିଛି ନହେଲା ତାହେଲେ ପିଣ୍ଟୁ ନନ୍ଦଙ୍କୁ ଆମେ ପାଇବାର ଆଶା ହରାଇ ବସିବା ଏଣୁ ଯକୃତ ଡୋନର୍ ମିଳିବ ନିହାତି ଆବଶ୍ୟକ ଅଟେ।