ଦେଖନ୍ତୁ ଭିଡିଓ : ପିଣ୍ଟୁ ନନ୍ଦ ଙ୍କ ବିୟୋଗ ପରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ବୟାନ,କହିଲେ "ମୁ ଦେଖା ହେଇଥିଲି ମାସେ ତଳେ ଏବଂ...

ଜୀବନ ଯୁଦ୍ଧରେ ହାରି ଗାଲେ ଓଲିଉଡ ଜଗତର ରାଣ୍ଡି ପୁଅ ଅନନ୍ତା । କମେଡି ହେଉ କି ଖଳନାୟକ ସବୁଥିରେ ତାଙ୍କ ଅଭିନୟର ଦମ୍ ରହିଥିଲା । ପିଣ୍ଟୁ ନନ୍ଦଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତୁଥିଲା । ତେବେ ଗତକାଲି ରାତି 11 ଟା 25 ସମୟରେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଜୀବନ ଯୁଦ୍ଧରେ ହାରି ନିଜର ପ୍ରାଣତ୍ୟାଗ କରିଛନ୍ତି । ସେ ଥିଲେ ଓଲିଉଡ଼ର ଜଣେ ଆଗ ଧାଡ଼ି ର ଅଭିନେତା । ଏବେ ତାଙ୍କ ବିୟୋଗରେ ସାରା ଓଲିଉଡ଼ ଜଗତ ଶୋକ ପ୍ରକାଶ କରିଛି ।
ପିଣ୍ଟୁ ନନ୍ଦ ଙ୍କ ବିୟୋଗରେ ଓଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ଏହି ସମ୍ପର୍କରେ ଓଲିଉଡର ବର୍ଷୀୟାନ୍ ଅଭିନେତା ସିଦ୍ଧାନ୍ତ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ସେ ବି ପିଣ୍ଟୁଙ୍କର ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ ବହୁତ ମର୍ମାହତ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ।
ଅଭିନେତା ସିଦ୍ଧାନ୍ତ କହିଛନ୍ତି ଯେ, ଏହା ନିଶ୍ଚିତ ଭାବରେ ଏକ ଦୁଃଖଦ ଘଟଣା ଅଟେ । ସେ ଯେଉଁ ସୁଟିଂ ସେଟ୍ ରେ ଥାଆନ୍ତି ସେଠାରେ ହସ ଖୁସୀ ର ମହୋଲ୍ ମଧ୍ୟ ଥାଏ । ସେ ଜଣେ ଖୁସି ମିଯାଜର ପିଲାଟି ଥିଲା । ସବୁବେଳେ ଖୁସିରେ ରହୁଥିଲା । ସେ ଯେଉଁସବୁ ଚଳଚିତ୍ର କରିଛି ସବୁ ସୁପରହିଟ ହୋଇଛି । ଦର୍ଶକ ତାକୁ ସବୁ ଚରିତ୍ରରେ ଭଲ ପାଇବା ଦେଇଛନ୍ତି । କିନ୍ତୁ ସେ ହଠାତ ଏମିତି ଚାଲିଯିବା ଆମ ପାଇଁ ଦୁଃଖର କଥା ।
VIDEO:
ସିଦ୍ଧାନ୍ତ ଆହୁରି ବି କହିଛନ୍ତି ଯେ, ପିଣ୍ଟୁଙ୍କ ସହ ଦେଖା ହୋଇଥିଲା ଏକ ମାସ ତଳେ। ଗୋଟେ ଫିଲ୍ମର ସୁଟିଂ ବେଳେ ସେ ଭଏସ୍ ଦେବାକୁ ଷ୍ଟୁଡିଓକୁ ଆସିଥିଲା । ମୁଁ ତାକୁ ସେତେବେଳେ କହିଥିଲି ଦେହର ଯତ୍ନ ନେବା ପାଇଁ । କାରଣ ସେ ବହୁତ ଦୁର୍ବଳ ଦେଖାଯାଉଥିଲା । ସେ ମୋତେ ତାର ଦେହ ଖରାପ କଥା ପରେ କହିଥିଲା । ଆଉ ପରେ ପରେ ସେ ଦିଲ୍ଲୀ ଆଉ ହାଇଦ୍ରାବାଦ ଯାଇଥିଲା । ଆଉ ହାଇଦ୍ରାବାଦରେ ହିଁ ଆମକୁ ଛାଡି ଚାଲିଗଲା ।