ଦେଖନ୍ତୁ ଭିଡିଓ : କନ୍ଦେଇ ଚାଲିଗଲେ ଗଉରା, ଏବେବି ଜୀବିତ ଅଛନ୍ତି ରାଣ୍ଡି ପୁଅ ଅନନ୍ତା

 
Pintu Nanda

ସମସ୍ତଙ୍କୁ କନ୍ଦେଇ ଆର ପାରିକୁ ଚାଲିଗଲେ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ । ଆଉ ଦେଖିବାକୁ ମିଳିବନି ତାଙ୍କର ସେହି ସୁନ୍ଦର ଅଭିନୟ । କମେଡି ହେଉ କି ଖଳନାୟକ ସବୁଥିରେ ତାଙ୍କ ଅଭିନୟର ଦମ୍ ରହିଥିଲା । ପିଣ୍ଟୁ ନନ୍ଦଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତୁଥିଲା । ତେବେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତି 11 ଟା 25 ସମୟରେ ପିଣ୍ଟୁ ନନ୍ଦ ଜୀବନ ଯୁଦ୍ଧରେ ହାରି ନିଜର ପ୍ରାଣତ୍ୟାଗ କରିଛନ୍ତି । ସେ ଥିଲେ ଓଲିଉଡ଼ର ଜଣେ ଆଗ ଧାଡ଼ି ର ଅଭିନେତା । ଏବେ ତାଙ୍କ ବିୟୋଗରେ ସାରା ଓଲିଉଡ଼ ଜଗତ ଶୋକ ପ୍ରକାଶ କରିଛି ।

ପିଣ୍ଟୁ ନନ୍ଦ

ସେ ତାଙ୍କ ଜୀବନ କାଳରେ 50 ରୁ ଉର୍ଦ୍ଧ ଚଳଚିତ୍ରରେ ଅଭିନୟ କରିଛନ୍ତି । ଜଗସିଂପୁର ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ ପିଣ୍ଟୁ । 1996 ମସିହାରେ ଚଳଚିତ୍ର ଜଗତରେ ପାଦ ରଖିଥିଲେ ପିଣ୍ଟୁ । ତେବେ ଏ ଗଉରା କଣ ଖାଉଛୁ ଆଲବମକୁ ଲୋକେ ବେଶ ପସନ୍ଦ କରିଥିଲେ । ପ୍ରଥମେ କୋଇଲି ଚଳଚିତ୍ରରେ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ପରେ ପରେ ଫକୀର ମୋହନ ସେନାପତି ଙ୍କ ଗଳ୍ପ ରାଣ୍ଡି ପୁଅ ଅନନ୍ତା ରେ ହଜାର ହଜାର ଦର୍ଶକଙ୍କୁ ଭାବ ବିହୋଳ କରିଥିଲେ ।

ନନ୍ଦ

ପରେ ସେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ’ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପ‌ହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, କଥା ଦେଲି ମଥା ଛୁଇଁ, ପ୍ରେମ ଋତୁ ଆସିଲାରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର, ଲଭ୍‌ ଏକ୍ସପ୍ରେସ୍‌, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହରି, ଡାହା ବାଳୁଙ୍ଗା, ସୁନା ପିଲା ଟିକେ ସ୍କୃ ଢିଲା, ଧର୍ମ, ବ୍ୟାଚଲର, ଦୋସ୍ତୀ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏକାଧିକ ଓଡ଼ିଆ ଧାରାବାହିକରେ ମଧ୍ୟ ସେ ଅଭିନୟ କରି ଛାଡିଯାଇଛନ୍ତି ଅଭିନୟର ଛାପ ।

ଖାଲି ଏତିକି ନୁହେଁ  ରଙ୍ଗ ନମ୍ବର ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ । ଏହି ଭର୍ସାଟାଇଲ୍ ଆକ୍ଟରଙ୍କ ଲିଭର ନଷ୍ଟ ହୋଇଯାଇଥିବା ବେଳେ ଚିକିତ୍ସା ପାଇଁ ସେ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ମାର୍ଚ୍ଚ ୧ ତାରିଖ ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା । ସମସ୍ତେ ଭଗବାନଙ୍କୁ ଡାକୁଥିଲେ ସେ ପୁଣି ଫେରି ଆସନ୍ତୁ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ସମସ୍ତଙ୍କୁ ଶୋକର ସାଗରରେ ଭସାଇ ଚିରନିଦ୍ରାରେ ଶୋଇପଡିଲେ ଏହି ଭର୍ସାଟାଇଲ୍ ଆକ୍ଟର ।