ଦେଖନ୍ତୁ ଭିଡ଼ିଓ: ହୁମାନ ସାଗରଙ୍କ ଉପରେ ସାଂଘାତିକ ଅଭିଯୋଗ ଲଗାଇଲେ ୟୁଟ୍ୟୁବର୍ ମିଷ୍ଟର ଗୁଲୁଆ, କହିଲେ- ହ୍ୟୁମାନ ମତେ...

 
Human Sagar

କିଛି ଦିନ ପୂର୍ବରୁ ପାରିବାରିକ କଳହ ପାଇଁ ଚର୍ଚ୍ଚାରେ ରହିଥିଲେ ଓଲିଉଡ ଗାୟକ ହୁମାନ ସାଗର । ବର୍ତ୍ତମାନ ତାଙ୍କ ପାରିବାରିକ କଳହରେ ପୂର୍ଣ୍ଣଚ୍ଚେଦ ପଡିଥିବା ବେଳେ ପୁଣି ତାଙ୍କ ନାମରେ ଆଉ ଏକ ବିବାଦ ଶୁଣିବାକୁ ମିଳୁଛି । ଜଣେ କଳାକାର ହୋଇ ସେ ଆଉ ଜଣେ କଳାକାରଙ୍କ ପେଟରେ ଲାତ ମାରୁଥିବା ଅଭିଯୋଗ ଶୁଣିବାକୁ ମିଳୁଛି ।

dgfdfgrtrnn

ଆଉ ଏହି ଅଭିଯୋଗ ଆଣିଛନ୍ତି ଗୁଲୁଆ । ଯିଏ ଆଜି କାଲି ୟୁଟୁବରେ ଖୁବ ପରିଚିତ । ଶହ ଶହ ଲୋକ ମିଷ୍ଟର ଗୁଲୁଆଙ୍କ ଭିଡିଓ ଦେଖନ୍ତି । କେବଳ ଏତିକି ନୁହେଁ ତାଙ୍କ କମେଡି ଶୁଣିବା ପାଇଁ ଲୋକମାନେ ବହୁ ଦୁର ଦୁରରୁ ମଧ୍ୟ କାର୍ଯ୍ୟକ୍ରମ ଦେଖିବାକୁ ଆସନ୍ତି । କିନ୍ତୁ ଯେଉଁ ଅଭିଯୋଗ ସେ ଆଣିଛନ୍ତି ତାହା ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରଲ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ :-

ଗୁଲୁଆ ଏକ ଭିଡିଓ ପୋଷ୍ଟ କରି ତାଙ୍କ ଅଭିଯୋଗ କଥା କହିଛନ୍ତି । ସେ କହିଛନ୍ତି ହୁମାନଙ୍କ ସହିତ ତାଙ୍କର କୌଣସି ବ୍ୟକ୍ତଗତ ରାଗ କିମ୍ବା କଳହ ନଥିବା ବେଳେ ମଧ୍ୟ ସେ ତାଙ୍କୁ ଟାର୍ଗେଟ କରୁଛନ୍ତି । ଏହା ସହିତ ହୁମାନଙ୍କ ଟିମ ତାଙ୍କୁ ମଞ୍ଚରେ କାର୍ଯ୍ୟକ୍ରମ କରିବାକୁ ଦେଉନାହାନ୍ତି । ଗୁଲୁଆଙ୍କ କହିବା ଅନୁସାରେ ସେ ହୁମାନଙ୍କୁ ବହୁତ ସମ୍ମାନ ଦିଅନ୍ତି । କିନ୍ତୁ ବଦଳରେ ହୁମାନଙ୍କ ଟିମ ତାଙ୍କ ଉପରେ ରାଗ ରଖି ତାଙ୍କୁ କାର୍ଯ୍ୟକ୍ରମ କରିବାକୁ ମନା କରିଛନ୍ତି ।

sdfsdfdsfs

ନିଆଲି ମହୋତ୍ସବରେ ଗୁଲୁଆଙ୍କର କାର୍ଯ୍ୟକ୍ରମ ଥିଲା ଏବଂ ସେହି କାର୍ଯ୍ୟକ୍ରମରେ ହୁମାନଙ୍କର ମଧ୍ୟ କାର୍ଯ୍ୟକ୍ରମ ରହିଥିଲା । ତେବେ ଏହି କାର୍ଯ୍ୟକ୍ରମରେ ହୁମାନଙ୍କ ଟିମ ଗୁଲୁଆଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ । ସେ କହିଥିଲେ ଯେ ଯଦି ଗୁଲୁଆ କାର୍ଯ୍ୟକ୍ରମ କରନ୍ତି ତେବେ ଆମେ ସେଠାରେ ଗୀତ ପରିବେଷଣ କରିବୁ ନାହିଁ । ତେବେ ଏହି କଥା ଶୁଣିବା ପରେ ଗୁଲୁଆଙ୍କୁ ସେହି କାର୍ଯ୍ୟକ୍ରମରୁ ପଳାଇ ଯିବାକୁ ମଧ୍ୟ କହିଥିଲେ । କିନ୍ତୁ ଗୁଲୁଆ ସେଠାରେ ତାଙ୍କ କାର୍ଯ୍ୟକ୍ରମ ପରିବେଶଣ କରି ଫେରିଲେ । ଏହା ପରେ ସେ ଏକ ଭିଡିଓ କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି ।