ଦେଖନ୍ତୁ ଭିଡିଓ : ପିଣ୍ଟୁ ନନ୍ଦ ଙ୍କ ବିୟୋଗରେ ଅଭିନେତା ବାବୁସାନ ଏବଂ ସବ୍ୟସାଚୀ କାନ୍ଦି ପକେଇଲେ, ଦୋସ୍ତି ସିନେମାକୁ ମାନେ ପକାଇ କହିଲେ ଏମିତି

 
babushan pintu

ଆଜି କାହିଁକି କେଜାଣି ସେହି ଦୋସ୍ତି ସିନେମାର କଥା ମନେ ପଡୁଛି । ଆମ 3 ଜଣ ସାଙ୍ଗଙ୍କ କଥା ମନେ ପଡୁଛି । ସିନେମା ସୁଟିଂ ସମୟରେ ଆମେ କେତେ ମଜା କରିଥିଲୁ । ଏମିତି କିଛି ସାଙ୍ଗର କଥା ଭାବି ଭାବ ବିହୋଲ ହୋଇଯାଉଛନ୍ତି ସବ୍ୟସାଚୀ ଏବଂ ବାବୁସାନ ।

ଦୋସ୍ତି

କିଛି ବର୍ଷ ତଳେ ରିଲିଜ ହେଇଥିଲା ଦୋସ୍ତି ସିନେମା । ଆଉ ଦୋସ୍ତି ସିନେମାର କଥାକୁ ମନେ ପକାଉଛନ୍ତି ଅଭିନେତା ସବ୍ୟସାଚୀ ଏବଂ ବାବୁସାନ । ଆଉ ସେ ଗୀତ, ଆଜି ମଧ୍ୟ ସେମାନଙ୍କ ଆଖିକୁ ଲୁହ ନେଇ ଆସୁଥିବ । ତୁ କରିଲେ ଋଣ ମୁଁ ସୁଝିବି କିସ୍ତି, ତୁ କରିଲେ ପାପ ମୁଁ ପାଇବି ଶାସ୍ତି ଆଉ ତୁ ଯେତେବେଳେ ଖୁସି ହବୁ ମୁଁ କରିବି ମସ୍ତି । ଆମର ଦେହ ସିନା 3 ଟା କିନ୍ତୁ ମନ ଗୋଟିଏ ।

ଦେଖନ୍ତୁ ଭିଡିଓ :-

 

6 ଟି ଆଖିରେ ଆମର ଗୋଟିଏ ସ୍ୱପ୍ନ, ସରିଯାଉ ପଛେ ସାତ ଜନ୍ମ ସରିବନି କେବେ ଆମ ପ୍ରେମ । କିନ୍ତୁ ସାତ ଜନ୍ମ ତ ଦୂରର କଥା ସାତ ବର୍ଷ ମଧ୍ୟ ବିତିନି ବନ୍ଧୁ ଆଜି ବନ୍ଧୁକୁ ଛାଡି ଚାଲିଯାଇଛି ।

1

ଦର୍ଶକବନ୍ଧୁ ଆମେ ମାନୁଛୁ ତାହା ହେଉଛି ରିଲ, ତାହା ହେଉଛି ଅଭିନୟ ତଥାପି ସେ ସିନେମା କରିବାରେ ଯେତିକି ସମୟ ଅତିବାହିତ କରିଛନ୍ତି ସାଙ୍ଗ ହୋଇ ସେହି ମୁହୂର୍ତ୍ତକୁ ଅଜି ଭୁଲି ପାରୁନାହାନ୍ତି ଅଭିନେତା ବାବୁସାନ ଏବଂ ସବ୍ୟସାଚୀ । ଆଉ ସେ ଭୁଲି ପାରୁନାହାନ୍ତି ସିନେମା ରିଲିଜ ହେଲା ପରେ ସହରରୁ ବସ୍ତି ଗୋଟିଏ ଚର୍ଚ୍ଚା ତାଙ୍କ ଦୋସ୍ତି ପାଇଁ କେତେ ଯେ ଇର୍ଷା । ଖରା ହେଉ କି ବର୍ଷା ଖୁସିରେ ଜିଇଁବା ମନଇଚ୍ଛା । ଆଉ ଆଜି ସେ ଗୀତର ଲୁଖା ଗୁଡିକୁ ଶୁଣିଲେ ପିଣ୍ଟୁଙ୍କ କଥା ଭରି ମନେ ପଡୁଛି ।