ଟେନସରେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର, ହାତ ଛାଡିଦେଲା ହାଇକୋର୍ଟ, ଏବେ କଣ କରିବେ ପ୍ରକୃତି?

 
Prakurti Babushan

ପୁଣି ଟେନସରେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର। ପ୍ରକୃତି ମିଶ୍ରଙ୍କୁ ବଡ ଝଟକା ଦେଇଛି ହାଇକୋର୍ଟ। ପ୍ରକୃତି ମିଶ୍ରଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ। ପ୍ରକୃତିଙ୍କ ଉପରେ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ସହ ଏହି ଘଟଣାରେ ସ୍ବତନ୍ତ୍ର ତଦନ୍ତକାରୀ ସଂସ୍ଥା ଯାଞ୍ଚ କରୁ ବୋଲି କୋର୍ଟରେ ଦାୟର ହୋଇଥିବା ନିଜ ପିଟିସନରେ ପ୍ରାର୍ଥନା କରିଥିଲେ ପ୍ରକୃତି। ଏହି ମାମଲାରେ ଖାରବେଳ ନଗର ଥାନା ଆଇସିସି ଓ ଗୃହ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଥିଲା।

fergdgvd

ତେବେ ହାଇକୋର୍ଟ କହିଛନ୍ତି ଡିସିପି ଯାହା ନିଷ୍ପତ୍ତି ନେବେ ତାହା ହିଁ ମାନିବାକୁ ପଡ଼ିବ। ଏହି ମାମଲାରେ ହସ୍ତକ୍ଷେପ ନକରିବା ସହ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ତେବେ ବାବୁସାନଙ୍କ ପତ୍ନୀ ଓ ଶ୍ୱଶୁରଙ୍କ ନାଁରେ ଏତଲା କରିଥିଲେ ପ୍ରକୃତି ମିଶ୍ର । କେବଳ ଯେ, ହାଇକୋର୍ଟ ମାମଲା ଦେଇଥିଲେ ତାହା ନୁହେଁ ଭୁବନେଶ୍ୱର ଡିସିପିଙ୍କୁ ମଧ୍ୟ ଏ ବାବଦରେ ଜଣାଇଥିଲେ ଅଭିନେତ୍ରୀ । ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଥିଲେ ପ୍ରକୃତି । ମାତ୍ର ହାଇକୋର୍ଟରୁ ବି ତାଙ୍କୁ ନିରାଶ ହେବାକୁ ପଡ଼ିଛି।

ଯେତେବେଳେ ପ୍ରକୃତି ଏହି ମାମଲା ଦାୟର କରିଥିଲେ ସେତେବେଳେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ପୁରା ଦୁନିଆ ଦେଖିଛି ମୋ ସହ କଣ ହୋଇଥିଲା। ମୋର ମାନ୍ୟବର କୋର୍ଟଙ୍କ ଉପରେ ବହୁତ ଭରସା ଅଛି । ମତେ ମୋ ଭାଗର ନ୍ୟାୟ ନିହାତି ମିଳିବ,ବୋଲି କହିଥିଲେ ପ୍ରକୃତି ମିଶ୍ର । ହେଲେ ସେସବୁ କଥା ଉପରେ ଗାର ଟାଣିଦେଇଛନ୍ତି ଓଡ଼ିଶା ହାଇ କୋର୍ଟ ।

ଏହା ମଧ୍ୟ କୁହାଯାଉଛି ଯେ ଡିସିପି ପ୍ରକୃତି ଙ୍କ ଅଭିଯୋଗ ଉପରେ ଘଟଣାର ତଦନ୍ତ ଏବଂ ଏହାର ସମାଧାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏବଂ ଚର୍ଚ୍ଚାର ବିଷୟ ପାଲଟିଛି ।