ଦେଖନ୍ତୁ ଭିଡ଼ିଓ: ପିଣ୍ଟୁ ନନ୍ଦଙ୍କ ପତ୍ନୀଙ୍କୁ ନେଇ ବଡ଼ ରହସ୍ୟ ଖୋଲିଲେ ଏହି ଅଭିନେତା, କହିଲେ ଡିଭର୍ସ ପରେ ସ୍ୱାମୀ କଣ? ଭାଉଜ ତ...

 
Pintu Nanda

ଶେଷ ଯାତ୍ରାରେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ । ସମସ୍ତେ ଝୁରୁଛନ୍ତି ପିଣ୍ଟୁ ନନ୍ଦଙ୍କୁ । ଆଜି ଭୁବନେଶ୍ୱରରେ ଅଭିନେତାଙ୍କ ମର ଶରୀରକୁ ଦେଖିବାକୁ ତାଙ୍କ ଶୁଭେଚ୍ଛୁ ମାନଙ୍କ ଭିଡ ଜମି ରହିଛି । ପିଣ୍ଟୁ ନନ୍ଦ ଓଡିଆ ସିନେ ଜଗତର ଜଣେ ଆଗଧାଡିର ଜଣାଶୁଣା କଳାକାର । ଓଡିଆ ଫିଲ୍ମରେ ତାଙ୍କ ଜୀବନ୍ତ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରୁଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯିବ। ତେବେ ପିଣ୍ଟୁ ନନ୍ଦଙ୍କ ପତ୍ନୀଙ୍କୁ ବଡ଼ ବୟାନ ଦେଇଛନ୍ତି ଅଭିନେତା ଛତୁଆ। ସେ କହିଛନ୍ତି- 

ଅଭିରାମ ଭାଇ ତା ନିଜ ରକ୍ତର ଭାଇ, ବାବୁ ଭାଇ ହଉଛି ତା ସାଙ୍ଗ, ଆଉ ଆମର ଜଣେ ଅଭିନେତା ତାଙ୍କୁ ମୁଁ ହାତ ଯୋଡିକି ଶହେ ଥର ମୁଣ୍ଡିଆ ମାରୁଛି ବବି ଭାଇ ( ବବି ମିଶ୍ର ) ଙ୍କୁ । ସେ ଲୁଚା ଛପାରେ ଯେତିକି କାମ କରିଛି ସେ ମିଡ଼ିଆ ଆଗରେ କହିନି ଯେ ମୁଁ ଏତିକି ସାହାଯ୍ୟ କଲି । ଗୋଟିଏ ଲୋକ ମୁଁ ଦେଖିଲି ଯିଏ ସବୁବେଳେ ବାବୁ ଭାଇ ଏବଂ ପିଣ୍ଟୁ ଭାଇ ଙ୍କ ସଙ୍ଗେ ଯୋଗାଯୋଗରେ ରହିଛି । ଆଉ ସେ ହେଉଛି ବବି ମିଶ୍ର । ଭଗବାନଙ୍କୁ ଡାକୁଛି ସେ ବ୍ରାହ୍ମଣ ପିଲା ସବୁବେଳେ ତାର ମନୋବୃତି ଥାଉ ପରୋପକାର କରିବା ପାଇଁ ।

ପିଣ୍ଟୁ

କାହିଁକିନା ପିଣ୍ଟୁ ଭାଇ ଯେତେବେଳେ ଦିଲ୍ଲୀ ଗଲା, ପ୍ରଥମେ ବବି ଭାଇ କହୁଥିଲା ତୁ ହାଇଦ୍ରାବାଦ ପଳା ସେଠି ମୋର ଚିନ୍ହା ପରିଚୟ ଅଛି । ହେଲେ ପିଣ୍ଟୁ ଭାଇ ଦିଲ୍ଲୀ ଗଲା । ଆଉ ହାଇଦ୍ରାବାଦ ଲାଷ୍ଟ ମୁମେଣ୍ଟ ରେ ଗଲା । ଆଜି ବବି ଭାଇ କହିଥିଲା କିଛି ପଇସା ପଠେଇବ ବୋଲି ମୁଁ ଶୁଣିଥିଲି । ସେ ତ ଦଉଛି ସବୁବେଳେ ।

 

ଭାଉଜ ଏବେ ନୁଆ ଚାକିରୀ କରିଛନ୍ତି, ସେ ତ ଆସିବେନି । କଣ ଆଉ କହିବି ମତେ କହିବାକୁ ଭଲ ଲାଗୁନି । ସ୍ୱାମୀ ଥିଲାବେଳେ ତ ଆସୁନଥିଲେ ଏବେ କଣ ଆସିବେ । ଭାଉଜ ଆସିଥିଲେ, ଦିଲ୍ଲୀରେ ତାଙ୍କ ପାଖକୁ ଆସିଥିଲେ, ହାଇଦ୍ରାବାଦ ଭି ତାଙ୍କ ସାଙ୍ଗରେ ଗଲେ । ସେ ନୁଆ ଚାକିରୀ କରିଛନ୍ତି ବୋଲି କହିଲେ ।

ନନ୍ଦା

ସତ କଥା କହିବାକୁ ଗଲେ ଭାଇ ଭାଉଜ ସାଙ୍ଗ ହୋଇ ରହୁନଥିଲେ । ଭାଉଜ ଅଲଗା ରହୁଥିଲା, ଭାଇ ଅଲଗା ରହୁଥିଲା । ସେ ତା ନାହିଁ ଆଉ କାହିଁକି କଥା ଲୁଚେଇବା । ତାଙ୍କର ଛାଡପତ୍ର ହୋଇଯାଇଥିଲା । ଏହା ହଉଛି ଘଟଣା ।

ଯେତେବେଳେ ସେ ଏକା ହେଇଗଲା ଆଉ ନିଜର ଯତ୍ନ ନେଲାନି । ସେ ଜାଣିଥିଲା ଯେ ତାକୁ ଜଣ୍ଡିସ ହେଇଛି ତଥାପି କିଛି ଖାଇବା ପିଇବା ଠିକ କଲାନି, ଔଷଧ ମଧ୍ୟ ଖାଇଲନି । ବାଘ ଭଳିଆ ଚେହେରାରେ ଏତେ ବଡ଼ ଟୋକା ଥିଲେ ପିଣ୍ଟୁ । 3-4 ମାସ ହେବ ସେ ପୁରା ଝଡ଼ିଗଲେ । ତାଙ୍କୁ ପଚାରିବାରୁ ସେ କୁହନ୍ତୁ ଯେ ମୁଁ ଡାଇଟିଙ୍ଗ କରୁଛି । କିନ୍ତୁ ତାଙ୍କୁ ଦେଖିଲେ ଲାଗୁନି ଯେ ସେ ଡାଇଟିଙ୍ଗ କରୁଛନ୍ତି ବୋଲି ।