ଦେଖନ୍ତୁ ଭିଡ଼ିଓ: କ୍ୟାମେରାରେ କଏଦ ହେଲା ଅଜବ ଘଟଣା!! ପାଣି ଭିତରୁ ବାହାରି କୋଚିଆକୁ ଆକ୍ରମଣ କଲା ମାଛ,ଆଉ ତାପରେ....

ବର୍ତ୍ତମାନ ସମୟରେ ଟ୍ୱିଟରରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଏହି ମାଛକୁ ଏକ କୋଚିଆ କୁ ଗିଳିଥିବା ଦେଖାଯାଉଛି। ଏକ ମାଛ କିପରି ଏତେ ବଡ କୋଚିଆ କୁ ସମ୍ପୂର୍ଣ୍ଣ ପାରିବ ଏହା ଅନେକଙ୍କ ମନରେ ପ୍ରଶ୍ନ ଉଠାଇଛି। ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦା ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଏକ ଭିଡିଓ ସେୟାର କରିଥିଲେ ଯେଉଁଠାରେ ଏହି ମାଛକୁ ପ୍ରଥମେ ଦେଖା ଯାଇଥିଲା।
ଏହି ବିଚିତ୍ର କ୍ଲିପ୍ରେ, କାର୍ପ ପ୍ରଜାତିର ମାଛ ପ୍ରଥମେ ପାଣିରୁ ମୁଣ୍ଡ ଉଠାଇ ଧୂଆଁ ବାହାର କରିବାକୁ ଲାଗୁଛି। ତା’ପରେ ମାଛଟି ପୁଣି ପାଣି ଭିତରକୁ ଚାଲିଯାଉଛି ଏବଂ ହଠାତ ବାହାରକୁ ଆସି ବାହାରେ ଥିବା ଗୋଟିଏ କୋଚିଆ କୁ ଗିଳି ଦେଉଛି।
ଏହି ଭିଡିଓ ଟ୍ୱିଟରରେ ୧.୫ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ମନ୍ତବ୍ୟ ବିଭାଗରେ ଲୋକମାନେ ସୁଶାନ୍ତ ନନ୍ଦାଙ୍କୁ ଏହାର ଅଧିକ ସୂଚନା ମାଗିଥିଲେ। ଜଣେ ଉପଭୋକ୍ତା ଲେଖିଛନ୍ତି, 'ଦୟାକରି ମୋତେ ଏହାର ସମ୍ପୂର୍ଣ୍ଣ ଭିଡିଓ ଦେଖାନ୍ତୁ। ଅନ୍ୟ ଉପଭୋକ୍ତା ଲେଖିଛନ୍ତି, 'କ’ଣ? ମାଛ କିପରି ଧୂଆଁ ନିର୍ଗତ କରେ? ମୁଁ ଏହା ପ୍ରଥମ ଥର ଦେଖିଲି ।
ଏହାର ଗୋଟିଏ ଦିନ ପରେ ସୁଶାନ୍ତ ନନ୍ଦା ଭିଡିଓର ଦ୍ୱିତୀୟ ଭାଗ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ସେ ସ୍ପଷ୍ଟ କରିଛନ୍ତି, 'ଗତକାଲି ମୁଁ ଏହି ଭିଡିଓର ଏକ ଅଂଶ ପୋଷ୍ଟ କରିଛି। ଏହା ପରେ କ’ଣ ହେଲା ...ସେ କହିଛନ୍ତି ପରିଶେଷରେ ମାଛଟି କୋଚିଆ କୁ ପୁରା ଗିଳି ପାରିଲା ନାହିଁ । ଏବଂ କୋଚିଆଟି ବାହାରକୁ ଆସିବାରେ ସଫଳ ହୋଇଥିଲା।
ଦେଖନ୍ତୁ ଏହି ଦୁଇ ଭିଡ଼ିଓ:-
If you haven’t seen this pic.twitter.com/pNoSKBbHtv
— Susanta Nanda IFS (@susantananda3) February 10, 2021
Yesterday I had posted a part of this video. Here is what happened thereafter...
— Susanta Nanda IFS (@susantananda3) February 11, 2021
It was the case of a big fish hunting eel. In the end fish couldn't eat it completely as the eel was long enough & managed to came out through the big mouth. Amazing moments of nature.
WA fwd. pic.twitter.com/HzjapFiqKK