ଦେଖନ୍ତୁ ଭିଡ଼ିଓ: ରାଗିଗଲେ ରାହୁଲ ଦ୍ରାବିଡ଼,ବ୍ୟାଟରେ ଭାଙ୍ଗିଦେଲେ କାର୍ କାଚ, ଏସବୁ ଦେଖି କୋହଲି ହେଲେ ଆଶ୍ଚର୍ଯ୍ୟ, କହିଲେ ରାହୁଲ ଭାଇ...

 
ଦେଖନ୍ତୁ ଭିଡ଼ିଓ: ରାଗିଗଲେ ରାହୁଲ ଦ୍ରାବିଡ଼,ବ୍ୟାଟରେ ଭାଙ୍ଗିଦେଲେ କାର୍ କାଚ, ଏସବୁ ଦେଖି କୋହଲି ହେଲେ ଆଶ୍ଚର୍ଯ୍ୟ, କହିଲେ ରାହୁଲ ଭାଇ...

ସାରା କ୍ରିକେଟ ଜଗତରେ କିମ୍ବଦନ୍ତୀ ଭାରତୀୟ ବ୍ୟାଟ୍ସମ୍ୟାନ୍ ରାହୁଲ ଦ୍ରାବିଡଙ୍କୁ ଜଣେ ଶାନ୍ତ ଏବଂ ସଂଯମ କ୍ରିକେଟର ଭାବରେ ବିବେଚନା କରାଯାଏ କିନ୍ତୁ ସେ କ୍ରୋଧରେ ଏକ କାର୍ ର ଗ୍ଲାସ ଭାଙ୍ଗିଥିବା ଦୃଶ୍ୟ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି। 

ସେ କାରରୁ ଓହ୍ଲାଇ ନିଜକୁ 'ଗୁଣ୍ଡା' ବୋଲି ମଧ୍ୟ କହୁଥିବାର ଦେଖଯାଉଛି, ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ଏପରି ଘଟଣା ସତରେ ଘଟିଛି। ରାହୁଲ ଦ୍ରାବିଡଙ୍କ ଏହିପରି ଶୈଳୀ ଦେଖି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏହି ଭିଡିଓକୁ ଟ୍ୱିଟ୍ କରିବା ସହ ସେ ରାହୁଲ ଭାଇଙ୍କ ଏପରି ଶୈଳୀକୁ କେବେ ଦେଖି ନାହାଁନ୍ତି ବୋଲି ଦର୍ଶାଇଛନ୍ତି।

ପ୍ରକୃତରେ ସତ କଥା ହେଉଛି କି ରାହୁଲ ଏକ ବିଜ୍ଞାପନ କରିଛନ୍ତି ଯେଉଁଥିରେ ସେ ବହୁତ ରାଗିଥିବାର ଅକଟିଂ କରିଛନ୍ତି। ତେବେ ସେ କ୍ରୋଧରେ ନିଜ ବ୍ୟାଟ୍ ରେ ଅନ୍ୟର କାରର ଦର୍ପଣକୁ ଭାଙ୍ଗୁଥିବାର ଦେଖାଯାଉଛି। 

ବର୍ତ୍ତମାନ ଏହି ବିଜ୍ଞାପନର ଭିଡିଓ କୁ ବିରାଟ ଟ୍ୱିଟ୍ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ୟାପଟେନ ବିରାଟ ମଧ୍ୟ ଭିଡିଓ ସେୟାର କରିବା ସମୟରେ ଏଥିରେ ଏକ ଇମୋଜି ପୋଷ୍ଟ କରିଛନ୍ତି। 

ତେବେ ୪୮ ବର୍ଷ ବୟସ୍କ ରାହୁଲ ଅକଟିଂ କରିଥିବା ଏହି ଭିଡ଼ିଓ ଟି ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ କ୍ରେଡ଼ ଆପ୍ ର ବିଜ୍ଞାପନ ପାଇଁ ରାହୁଲ ଏହି ଅଭିନୟ କରିଛନ୍ତି।