ଦେଖନ୍ତୁ ଭିଡ଼ିଓ: ଟୀକା ନେବା ବେଳେ ମହିଳା କରିଲେ ଏଭଳି ନାଟକ, ଯାହାକୁ ଦେଖିଲେ ନିଜ ହସ ରୋକି ପାରିବେନି ଆପଣ….

 
Woman crying during vaccination

ଭାରତରେ ଥରକୁ ଥର ଅସମ୍ଭାଳ ହୋଇପଡୁଛି କରୋନା ସଂକ୍ରମଣ। ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସରକାର ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି। ତେବେ ଦେଶର କୋଟି କୋଟି ଲୋକେ ଟୀକା ନେଇ ସାରିଥିବା ବେଳେ ଟୀକା ନେବାକୁ ଡ଼ରୁଥିବା କିଛି ଲୋକଙ୍କ ଭିଡ଼ିଓ ମଧ୍ୟ ସମ୍ନାକୁ ଆସିଛି ଯାହା ଲୋକଙ୍କୁ ହସିବାର ଖୋରାକ ଯୋଗାଇଛି।

ଏହିପରି ଆଉ ଏକ ଭିଡ଼ିଓ ଏବେ ଇଣ୍ଟରନେଟରେ ବହୁତ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଇଂଜେକ୍ସନ୍ ନେବା ବେଳେ ଡ଼ରିଯାଇ ଚିଲ୍ଲଉଥିବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଓରେ ଟୀକା ନେବାକୁ ଆସିଥିବା ମହିଳା ଜଣକ ଇଂଜେକ୍ସନ୍ ଫୋଡ଼ାକୁ ଏତେ ମାତ୍ରାରେ ଡରୁଛନ୍ତି ଯେ ସେ ବହୁତ ଜୋରରେ ଚିଲ୍ଲାଇ ଛାଟିପିଟି ହେଉଥିବାର ଦେଖିବାକୁ ମିଳୁଛି। ଦେଖନ୍ତୁ ଏହି ମଜାଦାର ଭିଡ଼ିଓ:-


ଏପରିକି ମହିଳା ଜଣଙ୍କୁ ସ୍ଥିର ରଖିବା ପାଇଁ ୩ ଜଣ ଯୁବତୀ ତାଙ୍କୁ ଧରିଥିବାର ଦେଖାଯାଉଛି। ମହିଳାଙ୍କ କାର୍ଯ୍ୟକଳାପ ଦେଖି ସେଠାରେ ଥିବା ସମସ୍ତେ ହସୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓଟିକୁ ଆଇପିଏସ୍ ଅଫିସର ରୂପୀନ୍ ଶର୍ମା ନିଜ ଟ୍ୱିଟର ଅକାଉଣ୍ଟରେ ଅପଲୋଡ଼ କରିଥିଲେ ଯାହା ପରେ ଏହା ଖୁବ୍ ଭାଇରାଲ ହୋଇଥିଲା।