ଦେଖନ୍ତୁ ଭିଡ଼ିଓ: କିପରି ଫଟାଫଟ୍ ପରିବା କାଟୁଛି ଏହି କୁନି ଶିଶୁ, ୯୦ ଲକ୍ଷରୁ ଅଧିକ ଲୋକେ ଦେଖି ସାରିଲେଣି ଏହି ଭିଡ଼ିଓ….

 
Toddler cutting vegetables

ପ୍ରାୟତଃ ସୋସିଆଲ ମିଡିଆରେ ଛୋଟ ପିଲାମାନଙ୍କର କ୍ୟୁଟ ଭିଡ଼ିଓ ଗୁଡିକ ଅପଲୋଡ଼ ହେଲେ ଲୋକମାନେ ଏହାକୁ ବହୁତ ପସନ୍ଦ କରିଥାନ୍ତି। ଏହିପରି ଏକ ଭିଡ଼ିଓ ବର୍ତ୍ତମାନ ଖୁବ ଭାଇରାଲ ହେଉଛି ଯେଉଁଥିରେ ଏକ ଛୋଟ ପିଲା ଶୀଘ୍ର ଶୀଘ୍ର ପନିପରିବା କାଟୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି।

ଏହି ଭଡ଼ିଓଟିରେ ଛୋଟ ପିଲାଟି ମଜାଳିଆ କଥା କହିବା ସହ ଧନିଆ କଟୁଥିବାର ଦେଖାଯାଉଛି। ପ୍ରକୃତରେ ପିଲାଟି ନିଜ ପରିବାର ସଦସ୍ୟଙ୍କୁ ପନିପରିବା କଟୁଥିବାର ଦେଖି ନିଜେ ଜଣେ ରୋଷେୟା ହୋଇ ପନିପରିବା କାଟିବା କରିଛି। ଏହି ସମୟରେ, ସେ ଏକ ନକଲି ଛୁରୀରେ ବୁଲେଟ୍ ବେଗରେ ଧନିଆ କାଟିବାକୁ ଚେଷ୍ଟା କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା।

ଭିଡ଼ିଓଟି ସୋସିଆଲ ମିଡିଆରେ ଅପଲୋଡ଼ ହେବାପରେ ପିଲାଟିର ଏହି ସୁନ୍ଦର ଶୈଳୀକୁ ସମସ୍ତେ ପସନ୍ଦ କରିଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମ ଆକାଉଣ୍ଟ ୱାର୍ଲ୍ଡ ଅଫ୍ ବେବିଜ୍ ଦ୍ୱାରା ଅପଲୋଡ୍ କରାଯାଇଥିଲା। ଏହାକୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨.୯୦ ଲକ୍ଷ ଲୋକ ପସନ୍ଦ କରିଥିବାବେଳେ ୯୦ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓଟିକୁ ଦେଖି ସାରିଛନ୍ତି। କେବଳ ଏତିକି ନୁହେଁ, ଉପଭୋକ୍ତାମାନେ ଏହି ଭିଡିଓ ଉପରେ ବିଭିନ୍ନ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି।