ସୋନୁ ସୁଦଙ୍କ ଆଗରେ ଭେଁ ଭେଁ ହେଇ କାନ୍ଦିଲେ ଅସହାୟ ଯୁବତୀ, କାରଣ ଜାଣି ହେବେ ଦୁଃଖିତ ଦେଖନ୍ତୁ ଭିଡିଓ

 
Sonu sood

କରୋନା ମହାମାରୀ ଭାରତକୁ ଭୀଷଣ ବିପତ୍ତି ଆଣିଦେଇଛି। କେବଳ ଏହାର ସଂକ୍ରମଣ କାରଣରୁ ଜୀବନହାନି ହୋଇଛି ତାହା ନୁହେଁ ବରଂ ଏଥିପାଇଁ ବହୁତ ଲୋକେ ନିଜର ଜୀବିକା ମଧ୍ୟ ହରାଇଛନ୍ତି। କରୋନା ସଂକ୍ରମଣ ରୋକିବାକୁ ଦେଶରେ ଲଗାଯାଇଥିବା ଲକଡାଉନ କଟକଣା ହେତୁ ଲୋକେ ବିଭିନ୍ନ ଜାଗାରେ ଫସି ରହିଛନ୍ତି।

ଏହି ବିପତ୍ତି ସମୟରେ ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ ଅଭିନେତା ସୋନୁ ସୁଦ। ରୋଗୀମାନଙ୍କୁ ଚିକିତ୍ସା ପାଇଁ ସାହାଯ୍ୟ ଯୋଗାଇ ଦେବା, ଅସହାୟ ଲୋକଙ୍କୁ ସହାୟତା କରି ସୋନୁ ଚର୍ଚ୍ଚାକୁ ଆସିଥିଲେ। ତେବେ, ବର୍ତ୍ତମାନ ସମୟରେ ଏପରି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହାକୁ ନେଇ ସୋନୁଙ୍କ ପାଇଁ ଲୋକଙ୍କର ପ୍ରଶଂସାର ସୁଅ ଛୁଟିଛି।

ଏହି ଭିଡ଼ିଓରେ ସୋନୁଙ୍କ ଘର ବାହାରେ ଅନେକ ଲୋକେ ସାହାଯ୍ୟ ପାଇଁ ଆସିଥିବାର ଦେଖାଯାଉଛି। ଏହାରି ଭିତରେ ସେଠାରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳୁଛି। ସେହି ଯୁବତୀ ଜଣକ ନିଜକୁ ନିରାଶ୍ରୟ ବୋଲି ଜଣାଇଥିଲେ। ପ୍ରକୃତରେ ସେହି ଯୁବତୀଙ୍କ ଘର ମୁମ୍ବାଇ ସହରରେ ହୋଇନଥିବା ବେଳେ ସେ ଏଠାରେ ଚାକିରୀ କରୁଥିଲେ କିନ୍ତୁ ଲକଡାଉନ କାରଣରୁ ଯୁବତୀ ଜଣକ ଉଭୟ ନିଜର ଚାକିରୀ ଏବଂ ଆଶ୍ରୟସ୍ଥଳୀ ହରାଇ ବସିଥିଲେ। ଦେଖନ୍ତୁ ଭିଡ଼ିଓ:-

ତେବେ ସୋନୁଙ୍କ ପାଖକୁ ଆସି ଯୁବତୀ ଜଣକ ତାଙ୍କୁ ଏହି ଦୁର୍ଦିନରେ ସାହାଯ୍ୟ ମାଗିଥିଲେ। ସବୁ କଥା ଶୁଣିବା ପରେ ସୋନୁ ନିଜର ଜଣେ ସାଙ୍ଗ ପାଖରେ ଯୁବତୀଙ୍କ ପାଇଁ ଚାକିରୀ ଏବଂ ରହିବାସ୍ଥଳୀ ବୁଝି ଦେଇଥିଲେ। ସୋନୁଙ୍କ ଠାରୁ ଏପରି ସାହାଯ୍ୟ ପାଇବାପରେ ଯୁବତୀ ଜଣକ ଭାବପ୍ରବଣ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଥିଲା।