ଦେଖନ୍ତୁ ଭିଡ଼ିଓ: କରୋନା କାଳରେ ହେଲା ଅଜବ୍ ବିବାହ,ବର କନ୍ୟା ପାଇଁ ପଣ୍ଡିତ ପଢିଲେ ସ୍ୱତନ୍ତ୍ର ସାନିଟାଇଜର୍ ଏବଂ ମାସ୍କ ମନ୍ତ୍ର…..

 
Marriage

କରୋନା ସମୟରେ ଯେଉଁଠାରେ ଲୋକମାନେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରୁଛନ୍ତି। ସେତିକିବେଳେ କେତେକ ସ୍ଥାନରେ, ଏପରି ପରିସ୍ଥିତି ରେ ମଧ୍ୟ ଲୋକମାନେ ବିବାହ କରିବାକୁ ପଛାଉ ନାହାନ୍ତି। କରୋନା ସମୟରେ ବିବାହ କୁ ନେଇ ଅନେକ ପ୍ରକାରର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ଏହିପରି ଏକ ଖୁବ ମଜାଳିଆ ଭିଡ଼ିଓ ଇଣ୍ଟରନେଟରେ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ପଣ୍ଡିତ ବିବାହ ସମୟରେ ଅଜବ ମନ୍ତ୍ର ପାଠ କରୁଥିବାର ଦେଖାଯାଉଛି।


ଏହି ଭିଡ଼ିଓ ରେ ପଣ୍ଡିତଙ୍କ ସହ ବର ଏବଂ କନ୍ୟା ବିବାହ ମଣ୍ଡପ ରେ ବସିଥିବାର ଦେଖାଯାଉଛି। ତେବେ ଏହି ବିବାହ ସୁରୁଖୁରୁରେ ଚାଲିଥିବା ବେଳେ ଏହି ସମୟ ମଧ୍ୟରେ ବିବାହ କରାଉଥିବା ପଣ୍ଡିତ ଅଦ୍ଭୁତ ଢ଼ଙ୍ଗରେ ମନ୍ତ୍ର ପାଠ କରୁଥିବା ଦେଖିବାକୁ ମିଳୁଛି। ବିବାହ ମଣ୍ଡପରେ ବସିଥିବା ବର ଏବଂ କନ୍ୟାକୁ ପଣ୍ଡିତ ଜଣକ ସାନିଟାଇଜର୍ ବ୍ୟବହାର କରାଇବା ପାଇଁ ମନ୍ତ୍ର ପାଠ କରୁଥିବା ଦେଖିବାକୁ ମିଳିଥିଲା।

କେବଳ ଏତିକି ନୁହେଁ, ଏହା ପରେ ମାସ୍କ ପିନ୍ଧିବାର ସ୍ୱତନ୍ତ୍ର ରୀତିନୀତି ମଧ୍ୟ କରାଇଥିଲେ ପଣ୍ଡିତ। ଶେଷରେ ମାସ୍କ ସମାରୋହ ଅନୁଷ୍ଠିତ ହେବା ପରେ ପୁରୋହିତ ମନ୍ତ୍ର ପାଠ କରିବା ସହ ପରସ୍ପରକୁ ମାସ୍କ ପିନ୍ଧାଇଥିଲେ।