ଦେଖନ୍ତୁ ଭିଡ଼ିଓ: ଛାତି ଚିରି ଦେଖ ତୁମର ନାଁ ଥିବ, ସ୍ତ୍ରୀକୁ ଏପରି କହି ହଟହଟା ହେଲେ ଯୁବକ, ତାପରେ ପ୍ରାଣ ବଞ୍ଚାଇ ଦୌଡିଲେ

 
Man running to save his life

ନବେ ଦଶକ ବଲିଉଡ଼ ଚଳଚିତ୍ର ରଙ୍ଗର ଲୋକପ୍ରିୟ ଗୀତ 'ଦିଲ୍ ଚେର୍ କେ ଦେକ୍ ତେରା ହାଏ ନାମ ହୋଗା' ଅନେକ ଦର୍ଶକଙ୍କ ମନକୁ ଛୁଇଁଯାଇଥିଲା। କିନ୍ତୁ ନିଜ ପତ୍ନୀକୁ ପ୍ରେମରେ ଗୀତର ଏହି ପଦଟି କହିବା ପରେ ଜଣେ ଯୁବକଙ୍କୁ ହଟହଟା ହେବାକୁ ପଡିଛି। ଏହାର ଏକ ଭିଡ଼ିଓ ବର୍ତ୍ତମାନ ସମୟରେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ବିକାଶ ପାଣ୍ଡେ ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ୫୭ ସେକେଣ୍ଡର ଏହି ଭିଡିଓଟିକୁ ଟ୍ୱିଟ କରିଥିଲେ। ଏହି ଭିଡିଓରେ ଜଣେ ବ୍ୟକ୍ତି ରାଜପଥରେ ଭୟବିତ ହୋଇ ଦୌଡୁଥିବାର ନଜର ଆସୁଛନ୍ତି। କେବଳ ଏତିକି ନୁହେଁ ଭିଡ଼ିଓ ମାଧ୍ୟମରେ ସେ ନିଜ ପତ୍ନୀଙ୍କ ଠାରୁ ଜୀବନ ବଞ୍ଚାଇ ଦୌଡୁଥିବା ପ୍ରକାଶ କରୁଛନ୍ତି। ଭିଡ଼ିଓ ଦ୍ୱାରା ଏହି ବ୍ୟକ୍ତି ଜଣକ କହୁଛନ୍ତି ଯେ,"ବନ୍ଧୁଗଣ, ମୁଁ ରାଜପଥରେ ଦୌଡୁଛି। ମୋ ପତ୍ନୀ ମୋ ପଛରେ ଛୁରୀ ଧରି ଗୋଡାଉଛି।

ଗତକାଲି ଘରେ ମୋ ପତ୍ନୀ ମୋତେ ପଚାରିଲା ଯେ ତୁମେ ମୋତେ କେତେ ଭଲ ପାଅ? ମୁଁ ବୁଝିପାରିଲି ନାହିଁ, ମୁଁ କହିଲି ହୃଦୟ ଚିରି ଦେଖ ସେଠାରେ ତୁମର ହିଁ ନାଁ ଥିବ। ସେବେଠାରୁ ସେ ଛୁରୀ ସାହାଯ୍ୟରେ ମୋ ଛାତି ଚିରି ତା ଭିତରେ କଣ ଅଛି ଦେଖିବାକୁ ଚାହୁଁଛି। ମୋତେ ରକ୍ଷା କର"।


ନିଜ ପତ୍ନୀଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ସ୍ୱାମୀର ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।  ଲୋକମାନେ କ୍ରମାଗତ ଭାବରେ ଏହାକୁ ଦେଖୁଛନ୍ତି ଏବଂ ଲାଇକ୍ ସହିତ ରିଟ୍ୱିଟ କରୁଛନ୍ତି। କିଛି ଲୋକଙ୍କ ମତରେ ଏହା ଏକ ମଜାଦାର ଭିଡିଓ ଏବଂ ଏହାକୁ ମନୋରଞ୍ଜନ ଉଦେଶ୍ୟ ରଖି ତିଆରି କରାଯାଇଛି। ଅନ୍ୟପକ୍ଷରେ କିଛି ଲୋକେ ଘଟଣାରେ ସତ୍ୟତା ଥାଇପାରେ ବୋଲି ବିଶ୍ୱାସ କରୁଛନ୍ତି।

ତେବେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତିଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ।  ଭିଡିଓଟି ପୋଲିସ ପାଖରେ ମଧ୍ୟ ପହଞ୍ଚିଛି। ଆଗ୍ରା ପୋଲିସ କହିବା ଅନୁଯାଇ ଭିଡ଼ିଓରେ ଥିବା ବ୍ୟକ୍ତି କିଏ? ଏବଂ ଭିଡ଼ିଓଟି କେଉଁଠାରେ ରେକର୍ଡ କରାଯାଇଛି ତାହା ସ୍ପଷ୍ଟ ହୋଇପାରି ନାହିଁ।