ଦେଖନ୍ତୁ ଭାଇରାଲ ଭିଡ଼ିଓ: ଟ୍ରାଫିକ୍ ଜାମ୍ ରେ ଫସିଯାଇଥିବାରୁ ଯୁବକ ଏମିତି ଭାବରେ ଟ୍ରକ ତଳପଟେ ସ୍କୁଟି ନେଇକି ଗଲେ

 
ଦେଖନ୍ତୁ ଭାଇରାଲ ଭିଡ଼ିଓ: ଟ୍ରାଫିକ୍ ଜାମ୍ ରେ ଫସିଯାଇଥିବାରୁ ଯୁବକ ଏମିତି ଭାବରେ ଟ୍ରକ ତଳପଟେ ସ୍କୁଟି ନେଇକି ଗଲେ

କୁହାଯାଏ ଭାରତୀୟ ମାନେ ଯେ କୌଣସି ସମସ୍ୟା ର ସମାଧାନ ଅତି ସରଳତାର ସହିତ କରିଥାନ୍ତି। ଭାରତରେ ସମସ୍ୟାର ସମାଧାନ ପାଇଁ ଲୋକମାନେ 'ଦେଶୀ ଜୁଗାଡ଼' ବାହାର କରୁଥିବା ଭିଡ଼ିଓ ଆପଣ କେବେ ନା କେବେ ନିଶ୍ଚିତ ଦେଖିଥିବେ।

ଯେଉଁଠାରେ ଅନ୍ୟ ଦେଶର ଲୋକମାନେ ଏକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରିବା ସହ ବହୁ ଟଙ୍କା ଖର୍ଚ୍ଚ କରିଥାନ୍ତି;  ସେଠାରେ ଭାରତରେ କିଛି ଲୋକ ଅଛନ୍ତି, ଯେଉଁମାନେ ଜୁଗାଡ଼ ସହିତ କାମ ଚଳାଇ ଦିଅନ୍ତି। ଇଣ୍ଟରନେଟରେ ଏହିଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଟ୍ରାଫିକ ଜାମ୍ ପରେ ଜଣେ ବ୍ୟକ୍ତି ଟ୍ରକ ତଳେ ନିଜ ସ୍କୁଟି ସହ ଗଳି ଯାଉଥିବାର ଦୃଶ୍ୟ କ୍ୟାମେରାରେ ରେକର୍ଡ଼ ହୋଇଛି।

ଯଦି କେବେ ବି ଆମ୍ଭେମାନେ କୌଣସି ଏକ ଲମ୍ବା ଟ୍ରାଫିକ୍ ଜାମ୍ ରେ ଫସି ଯାଇଥାନ୍ତି, ତେବେ ସାଧାରଣତଃ ଆମ୍ଭେମାନେ ସେଠାରୁ ଟ୍ରାଫିକ୍ ସଫା ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି। କିନ୍ତୁ ଟ୍ରାଫିକ ରୁ ବଞ୍ଚିବାକୁ କେବେ କାହାକୁ ନିଜ ଗାଡି କୁ ଟ୍ରକ୍ ତଳେ ଟାଣି ନେଉଥିବାର ଦେଖିଛନ୍ତି କି? 

ଏହା ଆଶ୍ଚର୍ଯ୍ୟଜନକ ହୋଇଥିଲେ ମଧ୍ୟ ଭାଇରାଲ ହେଉଥିବା ଏହି ଭିଡିଓରେ ଟ୍ରାଫିକ ଜାମରୁ ବାହାରିବା ପାଇଁ ଏଭଳି ଜୁଗାଡ ଅପଣାଇଛନ୍ତି ଏହି ବ୍ୟକ୍ତି। ସେ ତାଙ୍କ ସ୍କୁଟି ସହ ଟ୍ରକ୍ ତଳ ଦେଇ ଅନ୍ୟ ପାର୍ଶ୍ୱକୁ ଚାଲିଯାଉଥିବାର ଦୃଶ୍ୟ କ୍ୟାମେରା ରେ ରେକର୍ଡ଼ ହୋଇଛି। ଏହି ଭିଡିଓ ବହୁତ ଭାଇରାଲ ହେବା ସହ ଏଥିରେ ବିଭିନ୍ନ ଲୋକେ ବିଭିନ୍ନ ଟିପ୍ପଣୀ ଦେଉଥିବାର ଦେଖା ଯାଇଛି।