ଦେଖନ୍ତୁ ଭିଡ଼ିଓ: ରାସ୍ତା ଉପରେ ଠିଆ ହୋଇଥିବା ହାତୀକୁ ଦେଖି ଭାରସାମ୍ୟ ହରାଇ ବାଇକ ସହ ପଡିଗଲେ ଯୁବକ, ଦେଖନ୍ତୁ ହାତୀ କଣ କଲା

 
Accident

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ହାତୀର ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।  ହାତୀଠାରୁ ଖସିଯିବାକୁ ଉଦ୍ୟମ କରୁଥିବା ଜଣେ ବ୍ୟକ୍ତି ବାଇକ୍ ସହିତ ଦୁର୍ଘଟଣାର ଶିକାର ହେଉଥିବାର ଏହି ଭିଡିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ।

ଏହି ଭିଡ଼ିଓରେ ରାସ୍ତା ମଝିରେ ଏକ ହାତୀ ଠିଆ ହୋଇଥିବା ଦେଖିବାକୁ ମିଳୁଛି। ଲୋକମାନେ ହାତୀଟି ରାସ୍ତା ପାର କରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିବା ବେଳେ, ଜଣେ ବ୍ୟକ୍ତି ହାତୀ ସାମ୍ନାରେ ବାଇକ୍ ନେଇ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ରାସ୍ତା ପାର୍ଶ୍ଵରେ ବାଇକ୍ ଖସିଯିବାରୁ ତାଙ୍କୁ ଦୁର୍ଘଟଣାର ଶିକାର ହେବାକୁ ପଡିଥିଲା।


ବ୍ୟକ୍ତି ଜଣକ ବାଇକ ସହ ତଳେ ପଡିଯିବା ପରେ, ହାତୀଟି ତାଙ୍କୁ ଆଶ୍ଚର୍ଯ୍ୟ ହୋଇ ଦେଖିବାକୁ ଲାଗିଥିଲା। ତେବେ, ସେହି ବ୍ୟକ୍ତି ଜଣକ ହେଲମେଟ ପିନ୍ଧିଥିବାରୁ ତାଙ୍କର ସେପରି କିଛି କ୍ଷତି ହୋଇନଥିଲା ଏବଂ ସେ ପଡିବା ପରେ ତୁରନ୍ତ ଠିଆ ହୋଇଯାଇଥିଲେ। ଏହି ଭିଡିଓଟିକୁ ଆଇଏଫଏସ ଅଧିକାରୀ ପ୍ରବୀଣ କାସୱାନ ନିଜର ଟ୍ୱିଟର ଅକାଉଣ୍ଟରେ ସେୟାର କରିବା ସହ, 'ହାତୀ ବର୍ତ୍ତମାନ କଣ ଚିନ୍ତା କରୁଛି। ଏହାକୁ ଅନୁମାନ କର।' ବୋଲି ନିଜ କ୍ୟାପସନରେ ଲେଖିଥିଲେ। 

ଏହା ପରେ ଏହି ଭିଡ଼ିଓଟି ଖୁବ ଭାଇରାଲ ହେବା ସହ ଏଥିରେ ଲୋକମାନେ ଅନେକ ମଜ଼ାଳିଆ ମନ୍ତବ୍ୟ ଦେବା ଆରମ୍ଭ କରିଥିଲେ। ଏହି ଭିଡ଼ିଓରେ ବର୍ତ୍ତମାନ ସୁଦ୍ଧା ୧.୭୪ ଲକ୍ଷ ରୁ ଅଧିକ ଭିୟୁ ମିଳିଥିବା ବେଳେ ଏହାକୁ ୭.୫ ହଜ଼ାର ରୁ ଅଧିକ ଲୋକେ ଲାଇକ କରିଛନ୍ତି।