ଦେଖନ୍ତୁ ଭିଡ଼ିଓ: ଚୋରି କରିବାକୁ ଆସିଥିବା ଚୋର ମାନଙ୍କୁ ପାନେ ଦେଲେ ଯୁବତୀ,ଏହି ଭାଇରାଲ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ…..

 
ଦେଖନ୍ତୁ ଭିଡ଼ିଓ: ଚୋରି କରିବାକୁ ଆସିଥିବା ଚୋର ମାନଙ୍କୁ ପାନେ ଦେଲେ ଯୁବତୀ,ଏହି ଭାଇରାଲ ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହେବେ ଆପଣ…..

ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ଦେଖାଯାଏ, ଯାହା ମନୋରଞ୍ଜନ ଦେବା ସହ ଆମ୍ଭକୁ ଅନେକ ଜିନିଷ ଶିଖାଇ ଦେଇଥାଏ। ଏହିପରି ଟ୍ରେଣ୍ଡିଂ ଭିଡିଓଗୁଡିକ ଇଣ୍ଟରନେଟ ରେ ବହୁଳ ଭାବରେ ସେୟାର କରାଯିବା ସହ ଏହା ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଥାଏ।

ବର୍ତ୍ତମାନ ଆଇପିଏସ୍ ଅଫିସର ରୁପିନ ଶର୍ମାଙ୍କ ଦ୍ଵାରା ଟୁଇଟର ରେ ସେୟାର କରାଯାଇଥିବା ଜଣେ ଝିଅର ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଝିଅଟି ନିଜ ଉପସ୍ଥିତ ବୁଦ୍ଧି ଦ୍ୱାରା ଚୋର ମାନଙ୍କୁ ଉଚିତ ଶିକ୍ଷା ଦେଉଥିବା ଦେଖିବାକୁ ମିଳୁଛି।

ଆଇପିଏସ୍ ଅଫିସର ରୁପିନ ଶର୍ମା ସୋସିଆଲ ମିଡିଆରେ ଅନେକ ସମୟରେ ବିଭିନ୍ନ ଭିଡିଓ ସେୟାର କରିଥାନ୍ତି। ଏଥର ସେ ସେୟାର କରିଥିବା ଭିଡ଼ିଓ ରେ ଝିଅଟିଏ ରାତିରେ କାନ୍ଧରେ ବ୍ୟାଗ ଧରି ରାସ୍ତାରେ ଯାଉଥିବାର ଦେଖାଯାଉଛି। ଠିକ୍ ସେତିକିବେଳେ ପଛରୁ ବାଇକ ଦ୍ୱାରା ଆସିଥିବା ଦୁଇ ଚୋର ତାଙ୍କ ବ୍ୟାଗ ଛଡ଼ାଇବା ପାଇଁ ବାଇକରୁ ଓହ୍ଲାଇ ଆସୁଛନ୍ତି। କିନ୍ତୁ ଝିଅଟି ଉପସ୍ଥିତ ବୁଦ୍ଧି ଉପଯୋଗ କରି ବ୍ୟାଗଟିକୁ ଅଳ୍ପ ଦୂରକୁ ଫିଙ୍ଗି ଦେଉଛି ଏବଂ ଚୋରମାନେ ଏହି ବ୍ୟାଗ ପଛରେ ଧାଇଁବାକୁ ଲାଗୁଛନ୍ତି।


ଏହା ପରେ ଝିଅଟି ତୁରନ୍ତ ଚୋରମାନଙ୍କ ବାଇକ କୁ ଧରି ଫେରାର ହୋଇଯାଉଛି। କେବଳ ଏତିକି ନୁହେଁ କିଛି ସମୟ ପରେ ଝିଅଟି ପୁଣି ଚୋର ମାନଙ୍କ ପଛପଟୁ ଆସି ନିଜ ବ୍ୟାଗଟିକୁ ଛଡାଇ ନେଉଛି। ତେବେ ଏହି ଭିଡ଼ିଓ ଟି ସେୟାର ହେବା ପରେ ଏହାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି।