ଦେଖନ୍ତୁ ଭିଡ଼ିଓ: ସୁନସାନ୍ ରାସ୍ତାରେ କୁକୁର ଆଗରେ ନାଚିଲେ ଯୁବତୀ, ଏହି ଭିଡ଼ିଓ ଦେଖିଲେ ଆପଣ ମଧ୍ୟ ହସି ହସି ଗଡ଼ିଯିବେ

 
Girl dancing before dogs

ଆଜିକାଲି ସୋସିଆଲ ମେଡିଆରେ ଲୋକେ ବିଭିନ୍ନ ପ୍ରକାରର ମଜାଦାର ଭିଡ଼ିଓ ଅପଲୋଡ଼ କରିଥାନ୍ତି, ସେଥିମଧ୍ୟରୁ କେତେକ ଭିଡ଼ିଓ ଲୋକଙ୍କୁ ପସନ୍ଦ ଆସୁଥିବା ବେଳେ ଏଗୁଡିକ ଇଣ୍ଟରନେଟରେ ଖୁବ ଭାଇରାଲ ହୋଇଥାଏ। ଦିଲ୍ଲୀର ଏକ ସୁନସାନ୍ ରାସ୍ତାରେ କୁକୁରମାନଙ୍କ ଆଗରେ ଜଣେ ଯୁବତୀ ନାଚୁଥିବା ଭିଡ଼ିଓ ବର୍ତ୍ତମାନ ସୋସିଆଲ ମେଡ଼ିଆରେ ଭାଇରାଲ ହେଉଛି ଯାହା ଦେଖଣାହାରୀଙ୍କୁ ହସିବାର ଖୋରାକ ଯୋଗାଇ ଦେଇଛି।

କରୋନା ସମସ୍ୟା ଏବଂ ବଢୁଥିବା ସଂକ୍ରମଣ ହେତୁ ଲୋକମାନଙ୍କୁ ସାବଧାନ ଆଉ ସତର୍କତାର ସହ ଘରେ ରହିବାକୁ ସରକାର ନିର୍ଦେଶ ଦେଇଛନ୍ତି। କିନ୍ତୁ, ସେହି ସମୟରେ ଝିଅଟି ଲକଡାଉନର ଫାଇଦା ଉଠେଇ ନାଇଟ୍ କର୍ଫ୍ୟୁ ସମୟରେ ରାସ୍ତାରେ "ଯଵ ତକ ହେ ଯାନ୍ ମେ ନାଚୁଙ୍ଗି" ଗୀତରେ ଡାନ୍ସ କରି ଭିଡ଼ିଓ ରେକର୍ଡ଼ କରିଥିବା ଦେଖିବାକୁ ମିଳିଛି। କିଛି ଲୋକଙ୍କୁ ଏହି ଭିଡ଼ିଓ ହସିବାର ଖୋରାକ ଯୋଗାଇ ଦେଇଥିବା ବେଳେ ନାଇଟ କର୍ଫ୍ୟୁ ସମୟରେ ଯୁବତୀଙ୍କ ଏପରି ଆଚରଣ କେତେକଙ୍କୁ କ୍ଷୁବ୍ଧ କରିଦେଇଛି। ଦେଖନ୍ତୁ ଭିଡ଼ିଓ:-


ଏହି ଭିଡ଼ିଓଟିକୁ IPS ଅଧିକାରୀ ରୂପୀନ୍ ଶର୍ମା ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଅପଲୋଡ଼ ହେବାପରେ ଏପର୍ଯ୍ୟନ୍ତ ଏଥିରେ ଏକ ହଜାରରୁ ଅଧିକ ଲାଇକ ଆସିସାରିଥିବା ବେଳେ ବହୁତ ଲୋକେ ଏହାକୁ ସେୟାର କରିବା ସହ ଏଥିରେ ମଜାଳିଆ କମେଣ୍ଟ ମଧ୍ୟ କରିଛନ୍ତି।