ଦେଖନ୍ତୁ ମଜ଼ାଦାର ଭିଡ଼ିଓ: ଟିକା ନେବା ବେଳେ ଯୁବତୀ ଡ଼ରିଯାଇ କଲେ ଏଭଳି ନାଟକ, ଯେ ରାଗିଯାଇ ଡାକ୍ତର କହିଲେ,"ଯା ଚାଲିଯା ତୁ….

 
scary girl

ବର୍ତ୍ତମାନ ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଭାରତରେ ବ୍ୟାପିଥିବା କରୋନା ର ନୂତନ ଷ୍ଟ୍ରେନ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ତେବେ ଏହାର ମୁକାବିଲା କରିବା ପାଇଁ ସରକାର କରୋନା ଟୀକାକରଣ ପାଇଁ ବ୍ୟବସ୍ଥା କରିଛନ୍ତି। କିଛି ଦିନ ତଳେ କରୋନା ଯୋଦ୍ଧା ଏବଂ ୪୫ ବର୍ଷରୁ ଅଧିକ ଲୋକମାନଙ୍କୁ ଟୀକା ଦାନ କରାଯିବା ଆରମ୍ଭ ହୋଇଥିବା ବେଳେ ଚଳିତ ମାସରୁ ୧୮ ବର୍ଷ ରୁ ୪୪ ବର୍ଷ ବୟସ୍କ ଲୋକଙ୍କର ଟୀକାକରଣ ଆରମ୍ଭ ହୋଇଛି।

ତେବେ ଏହାରି ମଧ୍ୟରେ ଟୀକା ନେବା ବେଳେ ଇଂଜେକସନ୍ କୁ ଡରି ଜଣେ ମହିଳା କିପରି ନାଟକ କରୁଛନ୍ତି ତାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ଯୁବତୀ ନିଜ ଭାଇ ସହ ଟୀକା କେନ୍ଦ୍ର କୁ ଟୀକା ନେବା ପାଇଁ ଆସିଥିବାର ଦେଖାଯାଉଛି।


ସେ ସେଠାରେ ବସିଥିବା ବେଳେ ଯେତେବେଳେ ଡାକ୍ତର ସେଠାକୁ ଇଂଜେକସନ୍ ନେଇ ଆସୁଛନ୍ତି, ତାକୁ ଦେଖି ଯୁବତୀ ଜଣକ ଖୁବ୍ ଡରି ଯାଉଛନ୍ତି ଏବଂ ସେଠାରେ ବ୍ୟସ୍ତ ହେବା ସହ ପଳାଇଯିବାକୁ ଉଦ୍ୟମ କରୁଥିବାର ଦେଖା ଯାଉଛି।

କିଛି ସମୟ ଧରି ଯୁବତୀ ଜଣକ ମମ୍ମି ମମ୍ମି ଚିଲ୍ଲେଇବା ସହ ସେଠାରୁ ବାରମ୍ବାର ଉଠିଯିବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏଥିରେ ବିରକ୍ତ ହୋଇ ଡାକ୍ତର ଜଣକ ତାଙ୍କୁ ଟୀକା ଦେଇପାରିବେ ନାହିଁ ବୋଲି ସିଧାସଳଖ ମନା କରିଦେବା ପରେ। ଯୁବତୀ ଜଣକ କ୍ଷମା ମାଗୁଛନ୍ତି, ଅବଶ୍ୟ ଯୁବତୀ ଜଣକ ପୁଣି ନାଟକ କରୁଥିଲେ ମଧ୍ୟ ଶେଷରେ ତାଙ୍କୁ ଟୀକା ଦେବାରେ ଡାକ୍ତର ସକ୍ଷମ ହେଉଛନ୍ତି।