ଦେଖନ୍ତୁ ଭିଡ଼ିଓ: କୁମ୍ଭୀର ଏବଂ ଘୋଡ଼ା ଭିତରେ ହେଲା ଜୋରଦାର୍ ଲଢେଇ, ସୋଇରହିଥିବା କୁମ୍ଭୀର ଘୋଡ଼ା କୁ ଦେଖି କଲା ଆଟାକ୍, ଆଉ ତା ପରେ...

 
ଦେଖନ୍ତୁ ଭିଡ଼ିଓ: କୁମ୍ଭୀର ଏବଂ ଘୋଡ଼ା ଭିତରେ ହେଲା ଜୋରଦାର୍ ଲଢେଇ, ସୋଇରହିଥିବା କୁମ୍ଭୀର ଘୋଡ଼ା କୁ ଦେଖି କଲା ଆଟାକ୍, ଆଉ ତା ପରେ...

ଜଙ୍ଗଲରେ ଏପରି ଅନେକ ପ୍ରାଣୀ ଅଛନ୍ତି, ଯେଉଁମାନଙ୍କର ପରସ୍ପରର ମଧ୍ୟରେ ହେଉଥିବା ଝଗଡ଼ା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। କେତେକ ସମୟରେ ଏହା କ୍ୟାମେରା ରେ ରେକର୍ଡ଼ ମଧ୍ୟ ହୋଇଥାଏ। ଏବେ ଏଭଳି କିଛି ଭିଡ଼ିଓ କ୍ୟାମେରାରେ କଏଦ ହୋଇଛି ଯାହାକୁ ନ ଦେଖିଲେ ଆପଣ ବିଶ୍ୱାସ କରିପାରିବେ ନାହିଁ। କାରଣ ଏଠାରେ ଆମେ ଏକ କୁମ୍ଭୀର ଏବଂ ଘୋଡା ମଧ୍ୟରେ ହୋଇଥିବା ଲଢେଇ ବିଷୟରେ କହୁଛୁ। 

ଏହି ଘଟଣା କ୍ରମରେ କୁମ୍ଭୀରଟିଏ ନଦୀ କୂଳରେ ଖୋଲା ଭୂମିରେ ସୋଇଥିବାର ଦେଖାଯାଉଛି। ସେଠାରେ ଅନେକ ଘୋଡା ଘାସ ଚରୁଥିବାର ମଧ୍ୟ ଦେଖାଯାଉଛି। କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ଗୋଟିଏ ଘୋଡ଼ା ଭୁଲ ବଶତଃ ଘାସ ଚରି ଚରି କୁମ୍ଭୀର ପାଖରେ ପହଞ୍ଚୁଛି। ତେବେ ଏହାପରେ କୁମ୍ଭୀରଟି ଆକ୍ରମଣର ସଂକେତ ପାଇ ସକ୍ରିୟ ହୋଇ ଉଠୁଛି ଏବଂ ଘୋଡା ପାଖେଇ ଆସିବା ମାତ୍ରେ କୁମ୍ଭୀର ଆକ୍ରମଣ କରିବା ସହ ଘୋଡ଼ାଟିର ଗୋଡ଼କୁ କାମୁଡି ଦେଉଛି।

ଘୋଡ଼ା ଟି ଏହି ଅତର୍କିତ ଆକ୍ରମଣ ଦ୍ୱାରା ଆଶ୍ଚର୍ଯ୍ୟ ହୋଇଯାଉଛି ଏବଂ ନିଜକୁ ବଞ୍ଚାଇବାକୁ ଯାଇ ପାଲଟା ଆକ୍ରମଣ କରି ସେଠାରୁ ଖସି ଯାଉଛି। ତେବେ ପାଖରେ ଥିବା କିଛି ଦେଖଣାହାରୀ ମାନେ ନିଜ କ୍ୟାମେରା ଦ୍ୱାରା ଏହି ସବୁ ଦୃଶ୍ୟ ରେକର୍ଡ଼ କରିଛନ୍ତି। ତେବେ ଏହି ଭିଡ଼ିଓ ଇଣ୍ଟରନେଟ ରେ ଅପଲୋଡ଼ ହେବା ପରେ ଏହା ଖୁବ ଭାଇରାଲ ହେବାରେ ଲାଗିଛି।

ଏବେ ଦେଖନ୍ତୁ ଏହି ଭିଡ଼ିଓ:-