ଦେଖନ୍ତୁ ଭିଡ଼ିଓ: ରାଗି ଯାଇ ଅତି ନିର୍ମମ ଭାବରେ କୁମ୍ଭୀରର ହତ୍ୟା କଲା ହାତୀ, ଦୃଶ୍ୟକୁ ନଦେଖିଲେ ବିଶ୍ୱାସ କରିପାରିବେନି ଆପଣ

 
Elephant vs crocodile

ପାଣି ଭିତରେ କୁମ୍ଭୀରଟିଏ ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଇଥାଏ। ସେ ଯେତେ ବଡ଼ ଜୀବ ହୋଇଥାଉ ନା କାହିଁକି ପାଣି ଭିତରେ କୁମ୍ଭୀରର ମୁକାବିଲା କରିବା କାଠିକର ପାଠ ହୋଇଥାଏ। ଅନ୍ୟପକ୍ଷରେ ହାତୀକୁ ଗଜରାଜ ବୋଲି ଆଖ୍ୟା ଦିଆଯାଇଛି। ନିଜର ବିଶାଳ ଶରୀର ଏବଂ ଶୁଣ୍ଢ ସାହାଯ୍ୟରେ ଏହା ନିଜ ପ୍ରତିପକ୍ଷକୁ ଧୂଳି ଚଟାଇ ଦେବାର କ୍ଷମତା ରଖିଥାଏ। ଏଭଳି ପରିସ୍ଥିତିରେ ଯଦି କୁମ୍ଭୀର ଏବଂ ହାତୀ ଭିତରେ ଲଢ଼େଇ ହୁଏ ତେବେ ଜିତାପଟ କାହାର ହେବ କେବେ ଭାବିଛନ୍ତି କି?

ପ୍ରକୃତରେ ସୋସିଆଲ ମିଡିଆରେ କୁମ୍ଭୀର ଏବଂ ହାତୀ ଲଢ଼େଇ କରୁଥିବାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହି ଲଢ଼େଇଟି ପାଣି ଭିତରେ ହେଉଥିଲେ ମଧ୍ୟ ହାତୀଟି କୁମ୍ଭୀରକୁ ପରାସ୍ତ କରୁଥିବା ଦେଖିବାକୁ ମିଳିଛି। ଭିଡ଼ିଓଟି ଖୁବ ଭାଇରାଲ ହୋଇଥିଲା ବେଳେ ଏହି ଦୃଶ୍ୟକୁ ଅନେକ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଏହି ଭିଡ଼ିଓଟିକୁ ଅରୁଣାଞ୍ଚଳ ପ୍ରଦେଶର IPS ଅଧିକାରୀ ଏଚ୍.ଜି.ଏସ୍ ଧାଲିୱାଲ୍ ନିଜ ଟ୍ୱିଟର ଅକାଉଣ୍ଟ ସାହାଯ୍ୟରେ ପୋଷ୍ଟ କରିଥିଲେ।

ଦେଖନ୍ତୁ ଭିଡ଼ିଓ:-