ଦେଖନ୍ତୁ ଭିଡ଼ିଓ: କ୍ୟାମେରା ରେ କଏଦ୍ ହେଲା ପିମ୍ପୁଡ଼ି କାମୁଡ଼ାରେ ଛଟପଟ ହେଉଥିବା ସାପର ଦୃଶ୍ୟ, ଭିଡ଼ିଓ ଦେଖିଲେ ତାଯୁବ୍ ହେବେ ଆପଣ

 
ଦେଖନ୍ତୁ ଭିଡ଼ିଓ: କ୍ୟାମେରା ରେ କଏଦ୍ ହେଲା ପିମ୍ପୁଡ଼ି କାମୁଡ଼ାରେ ଛଟପଟ ହେଉଥିବା ସାପର ଦୃଶ୍ୟ, ଭିଡ଼ିଓ ଦେଖିଲେ ତାଯୁବ୍ ହେବେ ଆପଣ

ଛୋଟ ଦିନେ ହାତୀ ଓ ପିମ୍ପୁଡ଼ି ର କାହାଣୀ ଆପଣମାନେ ନିଶ୍ଚିତ ଶୁଣିଥିବେ,ଯେଉଁଥିରେ ପିମ୍ପୁଡ଼ି ହାତୀକୁ ଉଚିତ ଶିକ୍ଷା ଦେଇଥାଏ। ଲୋକମାନେ ଏହି କାହାଣୀଗୁଡିକରୁ ପ୍ରେରଣା ଭାବରେ ମଧ୍ୟ ନେଇଥାନ୍ତି। ତେବେ ସୋସିଆଲ ମିଡିଆରେ ଅଷ୍ଟ୍ରେଲିଆର ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ କେବଳ ଗୋଟିଏ ପିମ୍ପୁଡ଼ି ସାପ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।  ଏହି ଦୃଶ୍ୟଟିକୁ ଦକ୍ଷିଣ ଅଷ୍ଟ୍ରେଲିଆରେ ରହୁଥିବା ୩୭ ବର୍ଷୀୟ ସେଥ୍ ଏମେରୀ ନିଜର କ୍ୟାମେରା ଦ୍ୱାରା କଏଦ କରିଛନ୍ତି।

ତେବେ ସେଥଙ୍କ କହିବା ଅନୁଯାଇ ଯେତେବେଳେ ସେଥ ତାଙ୍କ ସାଙ୍ଗମାନଙ୍କ ସହିତ ସେଠାକୁ ଟ୍ରେକିଂ କରିବାକୁ ଯାଇଥିଲେ ସେତେବେଳେ ସେ ଏହି ଭିଡିଓଟି କୁ ରେକର୍ଡ଼ କରିଥିଲେ। ଭିଡ଼ିଓ ରେ ସାପଟି ପିମ୍ପୁଡ଼ି ଆକ୍ରମଣରେ ଛଟପଟ ହେଉଥିବା ଦେଖିବାକୁ ମିଳୁଛି।

ପିମ୍ପୁଡ଼ିଟି ସାପର ବେକକୁ ଜୋରରେ କାମୁଡୁଥିବା ବେଳେ,ସାପଟି ଏଥିରୁ ରକ୍ଷା ପାଇବାକୁ ବହୁତ ଚେଷ୍ଟା କରି ମଧ୍ୟ ବିଫଳ ହେଉଛି। ସେଥ୍ ଙ୍କ ଅନୁଯାଇ ଅତି ନିକଟରୁ ଦେଖିବା ପରେ ସାପଟି ଦୁନିଆର ସବୁଠାରୁ ବିଷାକ୍ତ ବ୍ଲାକ୍ ସ୍ନେକ୍ ବୋଲି ଜଣାପଡିଥିଲା।

ତେବେ ପିମ୍ପୁଡ଼ି ଓ ସାପର ଏହି ଭିଡିଓ ଅପଲୋଡ୍ ହେବା ପରଠାରୁ ହଜାର ହଜାର ଲୋକ ଏହାକୁ ଦେଖିବାକୁ ଲାଗିଥିଲେ ଏବଂ ଏଥିରେ ନିଜର ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଥିବା ଦେଖିବାକୁ ମିଳୁଥିଲା।