ଦେଖନ୍ତୁ ଭିଡ଼ିଓ: ମଇଁଷିର ଶିକାର କରୁଥିଲା ସିଂହ, ହଠାତ୍ ଦେବଦୂତ ପରି ପହଞ୍ଚି ଗଲା ହାତୀ, ଆଉ ତା ପରେ ହେଲା କିଛି ଏମିତି…..

 
ଦେଖନ୍ତୁ ଭିଡ଼ିଓ: ମଇଁଷିର ଶିକାର କରୁଥିଲା ସିଂହ, ହଠାତ୍ ଦେବଦୂତ ପରି ପହଞ୍ଚି ଗଲା ହାତୀ, ଆଉ ତା ପରେ ହେଲା କିଛି ଏମିତି…..

ଜଙ୍ଗଲ ରେ ପ୍ରାୟତଃ ଏଭଳି ଦୃଶ୍ୟ ଦେଖାଯାଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରାଇଥାଏ। ଏଠାରେ ଶିକାର କରୁଥିବା ପଶୁମାନେ ସର୍ବଦା ସେମାନଙ୍କର ଶିକାରକୁ ଅପେକ୍ଷା କରି ରହିଥାନ୍ତି ଏବଂ ସୁଯୋଗ ପାଇବା ମାତ୍ରେ ସେମାନଙ୍କୁ ଆକ୍ରମଣ କରନ୍ତି।

ଏଠାରେ ଏପରି ଏକ ଦୃଶ୍ୟ କ୍ୟାମେରା ରେ କଏଦ ହୋଇଛି ଯେଉଁଥିରେ ବିପଦରେ ପଡିଥିବା ଏକ ମଇଁଷି କୁ ସିଂହ କବଳରୁ ହାତୀ ରକ୍ଷା କରୁଥିବାର ଦେଖାଯାଉଛି। ଏହି ଭିଡିଓଟି ଲାୟନ୍ କିଙ୍ଗ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ସେୟାର କରାଯିବା ପରେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା।

ଏହି ଭିଡିଓରେ  ସିଂହଟିଏ ଜଙ୍ଗଲରେ ଏକ ମଇଁଷି ଉପରେ ଆକ୍ରମଣ କରୁଥିବାର ଦେଖାଯାଉଛି। ସିଂହଟିର ଆକ୍ରମଣ ରେ ମଇଁଷି ଡରିଯାଇ ଏଣେ ତେଣେ ଦୌଡ଼ିବାରେ ଲାଗୁଛି ଏବଂ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। କିନ୍ତୁ ଶେଷରେ ସିଂହ ଆକ୍ରମଣ ରେ ମଇଁଷି ଟି ନିଜ ପ୍ରାଣ ହରାଇବା ପ୍ରାୟ ନିଶ୍ଚିତ ଦେଖା ଯାଉଥିବା ବେଳେ। 

ହଠାତ ସେଠାରେ ଏକ ହାତୀ ପହଁଚି ଯାଉଛି। ଉଚ୍ଚ ସ୍ୱରରେ ଗର୍ଜନ କରିବା ସହ ହାତୀଟି ସିଂହ ଟିକୁ ସେଠାରୁ ଘଉଡ଼ାଇବାରେ ସଫଳ ହେଉଛି। ଶେଷରେ ହାତୀ ଯୋଗୁ ମଇଁଷି ଟିର ଜୀବନ ବଞ୍ଚି ଯାଉଛି।

ଏବେ ଦେଖନ୍ତୁ ପୁରା ଭିଡ଼ିଓ:-