ଦେଖନ୍ତୁ ଭିଡ଼ିଓ: ଟିଭି ରେ ଫିଲ୍ମ ଦେଖୁଥିଲା କୁକୁର, ହଠାତ ଟିଭିରେ ଭିଲିଆନ କୁ ଦେଖି ଡ଼ରି କଲା ଏମିତି, ଦେଖିଲେ ହସିବେ ନିଶ୍ଚିତ

 
ଦେଖନ୍ତୁ ଭିଡ଼ିଓ: ଟିଭି ରେ ଫିଲ୍ମ ଦେଖୁଥିଲା କୁକୁର, ହଠାତ ଟିଭିରେ ଭିଲିଆନ କୁ ଦେଖି ଡ଼ରି କଲା ଏମିତି, ଦେଖିଲେ ହସିବେ ନିଶ୍ଚିତ

ସୋସିଆଲ ମିଡିଆରେ ଏବେ ଗୋଟିଏ କୁକୁରର ଭିଡିଓ ଦିନକୁ ଦିନ ଖୁବ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ହସ ରୋକିପାରିବେନି ଆପଣ।ଏହି ଭିଡ଼ିଓ ଟିରେ ଏକ କୁକୁର ଟିଭିରେ ଷ୍ଟାର୍ ୱାର୍ସ ଚଳଚ୍ଚିତ୍ର ଦେଖୁଥିବାର ନଜ଼ର ଆସୁଛି। 

ତେବେ ହଠାତ ସେ ପ୍ରଥମ ଥର ପାଇଁ ଫିଲ୍ମ ର ଭିଲେନ୍ କୁ ଦେଖିବା ମାତ୍ରେ ସେ ଭୟଭୀତ ହୋଇ କିଛି ଏପରି କରିଥିଲା, ଯାହା ଦେଖଣାହାରୀ ଙ୍କୁ ହସର ଖୋରାକ ଯୋଗାଇ ଥିଲା। ତେବେ ଏହି ମଜାଳିଆ ଭିଡିଓ ଆମେରିକାର ପୂର୍ବତନ ବାସ୍କେଟବଲ ଖେଳାଳି ରେକ୍ସ ଚାପମ୍ୟାନ ଟ୍ୱିଟରରେ ସେୟାର କରିଛନ୍ତି। 

ଭିଡ଼ିଓଟିରେ ଏକ ଗୋଲଡେନ୍ ରିଟ୍ରିଭର ଜାତିର କୁକୁର ବିଛଣାରେ ବସି ଷ୍ଟାର୍ ୱାର୍ସକୁ ଦେଖୁଥିବା ବେଳେ, ହଠାତ ଫିଲ୍ମର ଭିଲେନ୍ ଡାର୍ଟ୍ ଭେଡର୍ ର ଅଭିର୍ଭାବ ହୋଇଥିଲା। ଭିଲିଆନ କୁ ଦେଖି କୁକୁର ଟି ଭୟଭୀତ ହୋଇ ବିଛଣା ପଛରେ ଲୁଚି ଯାଇଥିଲା। କୁକୁର ର ଏଭଳି କାର୍ଯ୍ୟ ଦେଖି ସମସ୍ତେ ହସିବାକୁ ଲାଗିଥିଲେ।

ଏହି ଭିଡିଓ ଟ୍ୱିଟରରେ ହିଟ୍ ସାବ୍ୟସ୍ତ ହୋଇଥିବା ହୋଇଛି। ଏହି ଭିଡିଓ ଟିରେ ଏପର୍ଯ୍ୟନ୍ତ ୪ ମିଲିୟନ୍ ରୁ ଅଧିକ ଭିୟୁ ଆସି ସାରିଥିବା ବେଳେ। ଆହୁରି ମଧ୍ୟ, ଏଥିରେ ୨ ଲକ୍ଷରୁ ଅଧିକ ଲାଇକ୍ ଏବଂ ୨ ହଜାର ରୁ ଅଧିକ କମେଣ୍ଟ  ଆସି ସାରିଛି।