ଦେଖନ୍ତୁ ଭିଡ଼ିଓ: ଝୁଲୁଥିବା ବିଦ୍ୟୁତ ତାର ଉପରେ ଚାଲିଲା କୁକୁର, ଲୋକେ କହିଲେ ଦେଖ 'ସୁପର୍ ଡଗ୍' ଆସିଲା

 
Super dog

ସୋସିଆଲ ମିଡିଆରେ ପ୍ରାୟତଃ ଅନେକ ଅଜବ ଗଜବ ଭିଡ଼ିଓ ଅପଲୋଡ଼ ହୋଇଥାଏ ଯାହାକୁ ଦେଖି ଘଟଣାଟିକୁ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ଆମ୍ଭେମାନେ ବହୁତ କଳାକାରମାନଙ୍କୁ ସର୍କସରେ ଦଉଡିରେ ଚାଲୁଥିବାର ଦେଖିଥିବା ନିଶ୍ଚିତ,କିନ୍ତୁ ଏକ କୁକୁର ଏପରି କାରନାମା କରୁଥିବାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି।

ଭିଡିଓରେ ଏକ ବୁଲା କୁକୁରକୁ ଦେଖିବାକୁ ମିଳୁଛି, ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି କୁକୁରଟିକୁ ରାସ୍ତା ଉପରେ ନୁହେଁ ବରଂ ଆକାଶରେ ଝୁଲୁଥିବା ବିଦ୍ୟୁତ ତାର ଉପରେ ଚଢ଼ିଥିବାର ଦେଖାଯାଉଅଛି। ଝୁଲୁଥିବା ବିଦ୍ୟୁତ ତାରରେ ଚାଲୁଥିବା କୁକୁରର ଏହି ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।


ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି କୁକୁରଟି ଏତେ ଉଚ୍ଚରେ ଥିବା ତାର ଉପରେ କେମିତି ପହଞ୍ଚିଲା? ତାହାର ଉତ୍ତର ସମସ୍ତେ ଜାଣିବାକୁ ଚାହୁଁଛନ୍ତି। କୁକୁର କିପରି ଏହି ତାରଗୁଡ଼ିକ ଉପରେ ଠିଆ ହୋଇ ନିଜର ସନ୍ତୁଳନ ବଜାୟ ରଖିବାରେ ସକ୍ଷମ ହେଉଛି ତାହା ଆହୁରି ଏକ ଆଶ୍ଚର୍ଯ୍ୟଜନକ କଥା ଅଟେ। ୧୩ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ଟ୍ୱିଟରରେ ଲକ୍ଷ ଲକ୍ଷ ଭିୟୁ ମିଳିସାରିଛି।

ଏହି ଭିଡିଓ ଦେଖି ଟ୍ୱିଟର ବ୍ୟବହାରକାରୀମାନେ ଭଳିକି ଭଳି ମନ୍ତବ୍ୟ ଦେଉଛନ୍ତି। ଅନେକ ଲୋକ ମଧ୍ୟ କୁକୁରର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।  ଜଣେ ଉପଭୋକ୍ତା ଲେଖିଛନ୍ତି - "ମୁଁ ଜାଣିବାକୁ ଚାହେଁ ଏହି କୁକୁରଟି କିପରି ସେଠାରେ ପହଞ୍ଚିଲା ଏବଂ ତାକୁ କେହି ନିରାପଦରେ ଓହ୍ଲାଇଛନ୍ତି କି?"  ତେବେ ଏହି ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ। ଏପରିକି କେତେକ ଲୋକେ ଏହାକୁ ସୁପର ଡ଼ଗ୍ ର ଆଖ୍ୟା ମଧ୍ୟ ଦେଇଛନ୍ତି। ତେବେ ଏହି କୁକୁରର କ’ଣ ହେଲା? ଉଦ୍ଧାରକାରୀ ଦଳ ଏହାକୁ ନିରାପଦରେ ଓହ୍ଲାଇଛନ୍ତି କି ନାହିଁ? ଏହି କୁକୁର କିପରି ତାରରେ ପହଞ୍ଚିଲା? ଏପରି ଅନେକ ପ୍ରଶ୍ନ ଉତ୍ତରହୀନ ହୋଇ ରହିଛି।