ଦେଖନ୍ତୁ ଭିଡ଼ିଓ: ଗାଁ ଭିତରକୁ ଆସିଜାଇଥିବା ଭୟାନକ କୁମ୍ଭୀର ଆଗରେ ପଡିଲା କୁକୁର ଆଉ ତାପରେ...

 
Crocodile

ଯଦି ଏକ କୁମ୍ଭୀର ଆମ ସାମ୍ନାକୁ ଆସିଯାଏ ତେବେ ମଣିଷ ନିଶ୍ଚିତ ଭାବରେ ନିଜର ଜୀବନ ବଞ୍ଚାଇ ସେଠାରୁ ପଳାଇ ଯିବାକୁ ପ୍ରୟାସ କରିବ। ସାଧାରଣତଃ କୁମ୍ଭୀର ଜଙ୍ଗଲ ପାଖା ପାଖି ଥିବା ହ୍ରଦ ଏବଂ ସନ୍ତସନ୍ତିଆ ସ୍ଥାନରେ ରହିଥାନ୍ତି। କିନ୍ତୁ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଏକ କୁମ୍ଭୀର ଗାଁ ମଝିରେ ବୁଲୁଥିବାର ଦେଖିବାକୁ ମିଳିଥିଲା।

କର୍ଣ୍ଣାଟକର ଏକ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାର ଭିଜୁଆଲ୍ କ୍ୟାମେରାରେ ରେକର୍ଡ ହେବାପରେ ଏବେ ଖୁବ ଭାଇରଲ ହେବାରେ ଲାଗିଛି। ନ୍ୟୁଜ୍ ଏଜେନ୍ସି ANI ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ କୁମ୍ଭୀରର ଭିଡିଓ ସେୟାର କରିଛି। ଭାଇରାଲ ହୋଇଥିବା ଭିଡିଓରେ ଗାଁ ରାସ୍ତାରେ କୁମ୍ଭୀରଟିଏ ଖୁଲମଖୁଲା ବୁଲୁଥିବାର ଦେଖିବାକୁ ମିଳିଥିଲା। ଏଥିସହିତ ସେଠାରେ ଲୋକମାନେ କୁମ୍ଭୀରଟିକୁ ଦେଖି ପାଟିତୁଣ୍ଡ କରିବା ସହ ଆତଙ୍କିତ ଅବସ୍ଥାରେ ରହିଥିଲେ।


ଏପରିକି କୁମ୍ଭୀରଟିକୁ ଦେଖି ଗାଁର ବୁଲା କୁକୁର ଗୁଡିକ ମଧ୍ୟ ଭୟଭୀତ ହୋଇ ପଳାଇବାକୁ ଲାଗିଥିଲେ। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି କି କୁମ୍ଭୀରଟି ଗାଁରେ କୌଣସି ମଣିଷ କିମ୍ଭା ପଶୁ ମାନଙ୍କୁ କ୍ଷତି ପହଞ୍ଚାଇ ନଥିଲା। ଶେଷରେ ବନ ବିଭାଗ ଆସି କୁମ୍ଭୀରଟିକୁ ଧରି ନେଇଥିଲେ।

ଅଳ୍ପ କିଛି ଦିନ ତଳେ ଅପଲୋଡ଼ ହୋଇଥିବା ଏହି ଭିଡିଓଟିରେ ଏପର୍ଯ୍ୟନ୍ତ ୯୦ ହଜ଼ାରରୁ ଅଧିକ ଭିୟୁ ଆସିବା ସହ ଏହାକୁ ୩ ହଜ଼ାର ରୁ ଅଧିକ ଥର ରିଟ୍ୱିଟ୍ କରାଯାଇଛି। ଭିଡିଓଟିକୁ ଦେଖି ଲୋକେ ଏହା ଉପରେ ଅନେକ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି।