ଦେଖନ୍ତୁ ଭିଡ଼ିଓ: ମାହାଙ୍ଗା ପଡିଲା ଯୁବକଙ୍କୁ କୁକୁଡ଼ା ସହ ଲାଗିବା, ପାଲଟା ଆକ୍ରମଣରେ ଯୁବକ ହେଲେ ବେହାଲ

 
Chicken fight

ଇଣ୍ଟରନେଟରେ ପ୍ରାୟତଃ ଅନେକ ମଜାଦାର ଭିଡ଼ିଓ ଅପଲୋଡ଼ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡ଼ିଓ ଲୋକମାନଙ୍କୁ ଏତେ ଭଲ ଲାଗିଥାଏ ଯେ ସେଗୁଡିକ ଭାଇରାଲ ହେବାକୁ ଲାଗିଥାଏ। ବର୍ତ୍ତମାନ ସୋସିଆଲ ମିଡିଆରେ ଏହିଭଳି ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ଏକ କୁକୁଡ଼ାକୁ ଘଉଡାଇବାକୁ ଯାଇ ଜଣେ ଯୁବକ ହଟହଟା ହେଉଥିବା ଦେଖିବାକୁ ମିଳୁଛି। 

ଭାଇରାଲ ହେଉଥିବା ଭିଡ଼ିଓରେ ଯୁବକ ଜଣକ ଏକ କୁକୁଡ଼ାକୁ ବାଡ଼ି ଧରି ଘଉଡାଉଥିବା ଦେଖିବାକୁ ମିଳୁଛି। ଏଥିରେ କୁକୁଡ଼ାଟି ଚିଡ଼ିଯାଇ ଯୁବକଙ୍କୁ ପାଲଟା ଗୋଡ଼ାଇଥିଲା। ଯେଉଁଥିରେ ଯୁବକ ଜଣକ ଡରିଯାଇ ଏକ ଖାଲରେ ପଡିଯାଇଥିଲା।

ଦେଖନ୍ତୁ ଭିଡ଼ିଓ:-

ଭିଡ଼ିଓଟିକୁ ଆଇପିଏସ ଅଧିକାରୀ ରୂପୀନ ଶର୍ମା ଟ୍ୱିଟରରେ ପୋଷ୍ଟ କରିଥିଲେ। ଏହା ପୂର୍ବରୁ ଭିଡ଼ିଓଟି @TheGreatGujjar ନାମକ ଏକ ଟ୍ୱିଟର ପେଜ୍ ଦ୍ୱାରା ସେୟାର କରାଯାଇଥିଲା। ଏବେ ଭିଡ଼ିଓଟି ସୋସିଆଲ ମିଡ଼ିଆର ବିଭିନ୍ନ ପ୍ଲାଟଫର୍ମରେ ସେୟାର କରାଯାଉଛି। ଲୋକେ ଏହାକୁ ପସନ୍ଦ କରିବା ସହ ଅନେକ ମଜ଼ାଦାର ରିଆକ୍ସନ ମଧ୍ୟ ଦେଉଛନ୍ତି।